କଟକରେ କଂଗ୍ରେସ ଆଗୁଆ

କଟକ ମହାନଗର ନିଗମରେ ତିନି ଦଳ ଭିତରେ ଦେଖିବାକୁ ମିଳୁଛି କଡା ମୁକାବିଲା । ଟ୍ରେଣ୍ଡରେ କଂଗ୍ରେସ ୫ ହଜାର ୯ ଶହ ୪୯ ଭୋଟରେ ଆଗୁଆ ଥିବାବେଳେ ବିଜେଡିକୁ ମିଳିଛି ୫ ହଜାର ୫ ଶହ ୭୪ । ଏପଟେ ବିଜେପିକୁ ମିଳିଛି ୨ ହଜାର ୩ ଶହ ୬ । ଚଳିତ ପୌର ନିର୍ବାଚନରେ ପ୍ରଥମ ଥର ଲାଗି ଭୋଟର ପ୍ରତ୍ୟେକ୍ଷ ଭାବେ ମେୟର ପ୍ରାର୍ଥୀଙ୍କ ଲାଗି ମତ ଦେଇଛନ୍ତି । କଟକ ମହାନଗର ନିଗମ ପାଇଁ ବିଜେଡି ହେଭିୱେଟ୍ ନେତା ସୁବାସ ସିଂଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡିପ ମଙ୍ଗ ଧରିଥିଲେ ଅଭିନେତା ଶ୍ରୀତମ ଦାସ । ଏପଟେ କଂଗ୍ରେସ ମଧ୍ୟ ଅଭିଜ୍ଞତା କାର୍ଡ ଖେଳି ଗିରିବାଳା ବେହେରାଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଟ୍ରେଣ୍ଡ ଅନୁସାରେ ବିଜେଡିକୁ କଡା ଟକ୍କର ଦେଉଛି କଂଗ୍ରେସ । ଦ୍ବିତୀୟ ରାଉଣ୍ଡ ସୁଦ୍ଧା କଂଗ୍ରେସ ୩ ଶହ ୭୫ ଭୋଟରେ ଆଗୁଆ ରହିଛି ।