ଦେଶ ବିଦେଶ

ରାଜ୍ୟସଭାରେ କାନ୍ଦିଲେ ସାଂସଦ ରୂପା ଗାଙ୍ଗୁଲି

ପଶ୍ଚିମବଙ୍ଗରେ ଜନ୍ମ ହେବା କିଛି ଅପରାଧ ନୁହେଁ । ରାଜ୍ୟସଭାରେ କିଛି ଏଭଳି ମନ୍ତବ୍ୟ ଦେବା ସହ ବୀରଭୂମ ଗଣପୋଡି ଘଟଣା ବାବଦରେ ମତ ଦେଇ କାନ୍ଦି ପକାଇଛନ୍ତି ବୀରଭୂମର ସାଂସଦ ରୂପା ଗାଙ୍ଗୁଲି । ପଶ୍ଚିମବଙ୍ଗର ବୀରଭୂମ ଗଣପୋଡି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଶୁକ୍ରବାର ରାଜ୍ୟସଭାରେ ହଟ୍ଟଗୋଳ ହେବା ସହ ଗୃହକୁ ମୁଲତବୀ କରିଦିଆଯାଇଛି । ଏହା ମଧ୍ୟରେ ଶୂନ୍ୟକାଳରେ ବୀରଭୂମ ପ୍ରସଙ୍ଗ ଉଠାଇଥିଲେ ରୂପା ଗାଙ୍ଗୁଲି । ବିଜେପି ସାଂସଦ ରୂପା ଗାଙ୍ଗୁଲି ବୀରଭୂମରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣା ପ୍ରସଙ୍ଗରେ ମତ ରଖିବା ବେଳେ ସର୍ବସମ୍ମୁଖରେ କାନ୍ଦି ପକାଇଥିଲେ । ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ସରକାରଙ୍କ ଅପାରଗତା ପାଇଁ ଏତେ ବଡ଼ ଘଟଣା ଘଟିଲା ବୋଲି ସେ ଅଭିଯୋଗ କରିବା ସହ ଘଟଣାକୁ ଦୃଢ ଭର୍ତ୍ସନା କରିଛନ୍ତି ।

ଅପରପକ୍ଷେ ବୀରଭୂମ ନରସଂହାର ପରେ ଅନେକ ଲୋକ ଭୟରେ ରାଜ୍ୟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ତେଣୁ ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ଶ୍ରୀମତୀ ଗାଙ୍ଗୁଲି ରାଜ୍ୟସଭାରେ ଦାବି କରିଛନ୍ତି । ସୂଚନା ଅନୁସାରେ, ରାଜନୀତିକୁ ନେଇ ପଶ୍ଚିମବଙ୍ଗରେ ୪ ଦିନରେ ୨୪ ହତ୍ୟା ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ଏହାପୂର୍ବରୁ କ୍ୟାଲକାଟା ହାଇକୋର୍ଟ ବୀରଭୂମ ନରସଂହାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପଶ୍ଚିମବଙ୍ଗ ସରକାର ଏସଆଇଟି ତଦନ୍ତ ସପକ୍ଷରେ ମତ ରଖିଥିଲେ ମଧ୍ୟ ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ କହିଛନ୍ତି । ମାର୍ଚ୍ଚ ୨୨ରେ ରାଜନୀତିକ ହିଂସାକାଣ୍ଡରୁ ବୀରଭୂମର ରାମପୁରହାଟରେ କିଛି ଦୁର୍ବୃତ୍ତ ୫ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ପୋଡ଼ି ହୋଇ ସଂଖ୍ୟାଲଘୁ ସଂପ୍ରଦାୟର ୮ ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ନବ ଦମ୍ପତି ମଧ୍ୟ ଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ସମସ୍ତଙ୍କୁ ପୋଡ଼ି ମାରିବା ପୂର୍ବରୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା । ଜଣେ ଟିଏମ୍‌ସି ନେତାଙ୍କ ହତ୍ୟାର ଗୋଟିଏ ଦିନ ପରେ ଏପରି ନରସଂହାର ଘଟିଥିଲା ।

ଏବେ ବୀରଭୂମରେ ପୋଲିସ୍‌ ମୁତୟନ ହୋଇଥିବା ବେଳେ ସେଠାରୁ ୨ଶହ ବୋମା ଉଦ୍ଧାର ହୋଇଥିବା ଜଣାଯାଇଛି । ବୋମା ନିଷ୍କ୍ରୀୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଏଗୁଡ଼ିକୁ ନଷ୍ଟ କରିଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।