ଓଡିଶା

ମତାଧିକାର ସାବ୍ୟସ୍ତ କଲେ ଭୁବନେଶ୍ବରର ମେୟର ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ରାଜ୍ୟରେ ପୌର ନିର୍ବାଚନ ପାଇଁ ସବୁଠୁ ଚର୍ଚ୍ଚାରେ ରହିଛି  ଭୁବନେଶ୍ୱର ମେୟର ପଦବୀ । ଚଳିତଥର ରାଜ୍ୟ ସରକାର ଭୁବନେଶ୍ବର ମେୟର ପଦବୀକୁ ମହିଳା ସଂରକ୍ଷଣ କରିଥିବାରୁ ଏହି ପଦକୁ ହାତେଇବା ପାଇଁ ମୈଦାନରେ ରହିଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ । କିଏ ପିନ୍ଧିବ ଭୁବନେଶ୍ବର ମେୟର ମୁକୁଟ ତାହା ନିର୍ଣ୍ଣୟ କରୁଛନ୍ତି ଜନତା ଜନାର୍ଦ୍ଦନ । ଆଉ ଆଜି ଭାଗ୍ୟ ପରୀକ୍ଷା ଦେଉଛନ୍ତି ବିଜେଡିରୁ ସୁଲୋଚନା ଦାସ, କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ଓ ବିଜେପିରୁ ସୁନୀତି ମୁଣ୍ଡ ।

ଆଜି ନୟାପଲ୍ଲୀ ଉତ୍କଳମଣି ସରକାରୀ ୟୁପି ସ୍କୁଲର ୪୦୭ ନମ୍ବର ବୁଥରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ ନିଜ ସମର୍ଥକଙ୍କ ସହ ଆସି ଭୋଟ ଦେଇଛନ୍ତି । ତେବେ ସୁଲୋଚନାଙ୍କର ୪୦୮ ନମ୍ବର ବୁଥରେ ଭୋଟ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଇଭିଏମରେ ତ୍ରୁଟି ପାଇଁ ସେ ୪୦୭ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଥିଲେ ।

ସେହିପରି ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ  ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍‌କୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଅପରପକ୍ଷେ କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ଭୋଟ ଦେଇଛନ୍ତି । ଆଇଆରସି ଭିଲେଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ସେକ୍ଟର ୱାନର ୨୫୩ ନମ୍ବର ବୁଥରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନିଜ ଦଳର ସମର୍ଥକଙ୍କ ସହ ଭୋଟ କେନ୍ଦ୍ରରେ ପହଂଚି ମତଦାନ ଦେଇଛନ୍ତି ।

ସେମାନଙ୍କ ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି.କେ ପାଣ୍ଡିଆନ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ବିଭିନ୍ନ ବୁଥ୍‌ରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା