ଦେଶ ବିଦେଶ

ବଦଳିଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଡମିଶନ ନିୟମ… ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ପିଲାମାନଙ୍କୁ ନାଁ ଲେଖାଇବାକୁ ଅନୁମତି ମିଳିବ ନାହିଁ

ଜେଏନୟୁ, ଡିୟୁ ସମେତ ବଦଳିଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଡମିଶନ ନିୟମ । ଏଣିକି କମନ ଏଣ୍ଟ୍ରାନ୍ସ ଟେଷ୍ଟ କରାଯାଇ ଛାତ୍ରଛାତ୍ରୀଙ୍କୁ ମିଳିବ ଆଡମିଶନ । ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ପିଲାମାନଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନାଁ ଲେଖାଇବାକୁ ଅନୁମତି ମିଳିବ ନାହିଁ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ୟୁଜିସି ମୁଖ୍ୟ ଏମ୍ ଜଗଦେଶ କୁମାର ।

ସୂଚନା ଅନୁଯାୟୀ, ନୂଆ କମନ ୟୁନିଭର୍ସିଟି ଏଡୁକେସନ ଟେଷ୍ଟ ଜୁଲାଇ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ । ଏବଂ ଏହି ପ୍ରବେଶ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ।

ଦେଶର କିଛି ଟପ୍‌ ବିଶ୍ୱବିଦ୍ୟାଳୟରେ ଅଣ୍ଡର ଗ୍ରାଜ୍ୟୁଏଟ ପାଠ୍ୟକ୍ରମ ପାଇଁ ୧୦୦% କଟ୍ଅଫ ମାର୍କ ଧାର୍ଯ୍ୟ କରିବା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସୁବ ପିଲାଙ୍କୁ ସୁଯୋଗ ଦେବା ପାଇଁ ଏକକ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା କରାଯାଉଛି । ପିଲାମାନେ କେବଳ ଦ୍ୱାଦଶ ଶ୍ରେଣୀରେ ଅଧିକ ମାର୍କ ରଖିବାକୁ ଚେଷ୍ଟା କରିବା ଅପେକ୍ଷା ଏଣିକି ଅଧିକ ଜ୍ଞାନ ହାସଲ କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ୟୁଜିସି ମୁଖ୍ୟ ।

ପ୍ରବେଶିକା ପରୀକ୍ଷାରେ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ଉପରେ ପ୍ରଶ୍ନପତ୍ର ଆସିବ । ପ୍ରଶ୍ନପତ୍ର ୪ଟି ବିଭାଗରେ ଆସିବ । ସେକ୍ସନ-୧ଏ, ସେକ୍ସନ-୧ବି, ସାଧାରଣ ଟେଷ୍ଟ ଏବଂ ପାଠ୍ୟକ୍ରମ ବିଭାଗ ସମେତ ୪ଟି ବିଭାଗରେ ପ୍ରଶ୍ନପତ୍ର ଆସିବ । ସେକ୍ସନ-୧ଏ’ରେ ୧୩ଟି ଭାଷାରେ ପ୍ରଶ୍ନପତ୍ର ଆସିବ । ଯେଉଁଥିରେ ଓଡ଼ିଆ ମଧ୍ୟ ରହିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।