ବିଧାୟକଙ୍କ ଗାଡି ଚଢାଇଦେବା ଘଟଣାରେ ୨୫ ଜଣ ଆହତ: ବାଲୁଗାଁ ଏସଡିପିଓ

ବାଣପୁର ବ୍ଲକ ନିକଟରେ ବିଜେପି କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡି ଚଢାଇଦେବା ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅନ୍ୟ ଗୁରୁତରଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନେକ ସାଧାରଣ ଲୋକ, ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
ବିଧାୟକଙ୍କ ଗାଡି ଚଢାଇଦେବା ଘଟଣାରେ ୨୫ ଜଣ ଆହତ ହୋଇଥିବା କହିଛନ୍ତି ବାଲୁଗାଁ ଏସଡିପିଓ । ୭ ଜଣ ପୋଲିସ କର୍ମଚାରୀ, ୧୫ ଜଣ ବିଜେପି କର୍ମୀ, ଜଣେ ବିଜେଡି କର୍ମୀ, ୨ ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏଭଳି ଅମାନବୀୟ କାଣ୍ଡ ପରେ ଉତ୍ତ୍ୟକ୍ତ ଲୋକେ ଚିଲିକା ବିଧାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଲୋକଙ୍କ ମାଡରେ ପ୍ରଶାନ୍ତଙ୍କ ମୁଣ୍ଡ ଫାଟିଥିବା ବେଳେ ଲହୁଲୁହାଣ ହୋଇଛନ୍ତି । ଏପରିକି ସ୍ଥାନୀୟ ଲୋକେ ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଥିବାବେଳେ ଘଟଣା ସ୍ଥଳରୁ ପୋଲିସ ପ୍ରଶାନ୍ତଙ୍କୁ ଉଦ୍ଧାର କରିଛି ଡାକ୍ତରଖାନାରେ ଭର୍ତ୍ତି କରିଛି ।