ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଲେ ବିଧାୟକ

୩ ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହାର ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବିଧାୟକଙ୍କୁ ଆକ୍ରମଣ କରିଛନ୍ତି ସାଧାରଣ ଜନାତ । ଏଥିରେ ବିଧାୟକ ଲହୁଲୁହାଣ ହୋଇଥିବା ସୂଚନା । ତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପଟେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ଚଢ଼ାଇବା ଫଳରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବିଧାୟକ ଗାଡ଼ି ନେଇ ଭିଡ଼ ଭିତରକୁ ପଶିଯାଇଥିଲେ । ବିଧାୟକଙ୍କ ଗାଡ଼ି ଧକ୍କାରେ ସେଠାରେ ମୃତୟନ ଥିବା ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଢେଙ୍ଗାରେ ବିଧାୟକଙ୍କୁ ଆକ୍ରମଣ କରିବା କାରଣରୁ ବିଧାୟକ ଲହୁଲୁହାଣ ହୋଇଛନ୍ତି । ଉତ୍ତ୍ୟକ୍ତ ଲୋକେମାନେ ତାଙ୍କ ଗାଡ଼ିକୁ ଭାଙ୍ଗିବା ସହ ସେଥିରେ ନିଆଁ ଲଗାଇ ଦେଇଥିବା ସୂଚନା ।