ଓଡିଶାରେ ଉତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ପୁନରାବୃତ୍ତି

ଓଡିଶାରେ ଉତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ପୁନରାବୃତ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଉପରେ ଗାଡି ଚଢ଼ାଇ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଘଟଣା ସ୍ଥଳରେ ୧୫ ବିଜେପି କର୍ମୀ ଓ ୯ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା । ଏଥିସହ ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା । ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତରମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଏପରିକି ବିଧାୟକ ବ୍ଲକ ସୁରକ୍ଷାରେ ନିୟୋଜିତ ଥିବା ୯ ପୋଲିସଙ୍କ ଉପରେ ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ କଥା ହେଉଛି, ବିଧାୟକ ନିଜେ ଗାଡି ଚଳାଉଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ଏଥିରେ କାହାର ମୃତ୍ୟୁ ହୋଇନଥିବା ନେଇ ବାଣପୁର ଏସଡିପିଓ ସୂଚନା ଦେଇଛନ୍ତି ।