ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନଙ୍କ ଐତିହାସିକ ବିଜୟ

ପଞ୍ଜାବରେ ବିଜୟ ବାନା ଉଡାଇଲା ଆମ୍ ଆଦମୀ ପାର୍ଟି । ପଞ୍ଜାବର ଧୁରି ବିଧାନସଭା ଆସନରୁ 50 ହଜାରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି ଆମ୍ ଆଦମୀ ପାର୍ଟିର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ ।
ସେହିପରି ଶିରୋମଣି ଅକାଳୀ ଦଳ ପ୍ରକାଶ ଚନ୍ଦ୍ର ଗର୍ଗଙ୍କୁ ପ୍ରାର୍ଥୀ କରିଥିଲା ଓ ବିଜେପି ରଣଦୀପ ସିଂହଙ୍କୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲା । ତେବେ ଏ ସମସ୍ତଙ୍କୁ ପଛରେ ପକାଇ ଭଗୱନ୍ତ ମାନ୍ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଛନ୍ତି ।
୨୦୧୭ରେ ଏହି ଆସନରୁ କଂଗ୍ରେସର ଦଲବୀର ସିଂହ ଗୋଲ୍ଡି ଆମ୍ ଆଦମୀ ପାର୍ଟିର ଜସବୀର ସିଂହ ଜସ୍ସିଙ୍କୁ ୨,୮୧୧ ଭୋଟ ବ୍ୟବଧାନରେ ହରାଇଥିଲେ । କଂଗ୍ରେସ, ଶିରୋମଣି ଅକାଳୀ ମେଣ୍ଟ ଏହି ଆସନରେ ଦୁଇ ଦୁଇ ଥର ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଜିତି ସାରିଛି ।