ଦେଶ ବିଦେଶ

ପଞ୍ଜାବରେ କଂଗ୍ରେସର ବହୁ ହେଭିୱେଟଙ୍କୁ ଚିତପଟାଙ୍ଗ କରିଛନ୍ତି ଆପ୍ ପ୍ରାର୍ଥୀ

ପଞ୍ଜାବ ରାଜନୀତିର ଫଳାଫଳ ଏଥର ସମସ୍ତଙ୍କୁ ଚକିତ କରିଛି । ପଞ୍ଜାବ ରାଜନୀତି ମୈଦାନରେ ଚିତପଟାଙ୍ଗ ମାରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି । ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଥିଲେ ଚରଣଜିତ ସିଂହ ଚନ୍ନି । ଦଳର ହାଇକମାଣ୍ଡ ତାଙ୍କ ଉପରେ ବିଶ୍ୱାସ ଦେଖାଇଥିଲେ । ଚନ୍ନି ପଞ୍ଜାବର ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ ସେ ଦୁଇଟି ଯାକ ଆସନରୁ ହାରିଯାଇଛନ୍ତି । ଉଭୟ ଚମକୌର ସାହିବ ଏବଂ ଭଦୌର ଆସନରେ ଚନ୍ନିଙ୍କ ଉପରେ ଭରସା କରିନାହାନ୍ତି ଭୋଟର । ଉଭୟ ଆସନରେ ଆପର ପ୍ରାର୍ଥୀ ହିଁ ଚନ୍ନିଙ୍କୁ ମାତ୍ ଦେଇଛନ୍ତି । ଭଦୌର ଆସନରେ ୩୭ ହଜାରରୁ ଅଧିକ ଭୋଟରେ ଓ ଚମକୌର ସାହିବ ଆସନରୁ ୬ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି ଚନ୍ନି ।

ସୂଚନା ମୁତାବକ, ଗତ ସେପ୍ଟେମ୍ବର ମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳି ଥିଲେ ଚନ୍ନି । ଦଳୀୟ କନ୍ଦଳ ପରେ କ୍ୟାପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚନ୍ନିଙ୍କୁ ହାଇକମାଣ୍ଡ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ । ତାଙ୍କୁ ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ବେଶ୍‌ ପ୍ରଶଂସା ମିଳିଥିଲା ।

ତେବେ କେବଳ ଚନ୍ନି ହାରିନାହାନ୍ତି ବରଂ ପଞ୍ଜାବର ବଡ ବଡ ହେଭିୱେଟ ଚେହେରା ମଧ୍ୟ ପରାଜୟର ସାମ୍ନା କରିଛନ୍ତି । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ମଧ୍ୟ ପରାଜିତ ହୋଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।