ଉତ୍ତର ପ୍ରଦେଶରେ ମ୍ୟାଜିକ୍ ନମ୍ବର ପାର କଲା ବିଜେପି… ଗୋଆରେ ମ୍ୟାଜିକ ନମ୍ବର ପାଖାପାଖି ବିଜେପି

ଉତ୍ତର ପ୍ରଦେଶ ଓ ଗୋଆରେ ପୁଣି ସରକାର ଗଢିପାରେ ବିଜେପି । ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନରୁ ଏବେ ସୁଦ୍ଧା ୩୮୬ଟିରେ ଗଣତି ଚାଲିଛି ।
ଏହା ମଧ୍ୟରୁ ବିଜେପି ୨୫୨ଟି ଆସନରେ ଆଗରେ ଥିବା ବେଳେ ମୁଖ୍ୟ ବିରୋଧୀ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧୨୨ଟି ଆସନରେ ଲିଡ୍ କରୁଛି । କଂଗ୍ରେସ ୪ଟି, ବିଏସ୍ପି ୫ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛି । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨ । ତେଣୁ ବିଜେପି ଅତି ସହଜରେ ପୁଣି ଉତ୍ତର ପ୍ରଦେଶରେ ସରକାର ଗଠନ କରିବ ବୋଲି ରାଜନୀତିକ ପଣ୍ଡିତମାନେ ମତ ପ୍ରକାଶ କରିଛନ୍ତି ।
ସେହିପରି ଗୋଆରେ ମଧ୍ୟ ବିଜେପି ମ୍ୟାଜିକ ନମ୍ବର ପାଖାପାଖି ହୋଇଛି । ଗୋଆର ସମସ୍ତ ୪୦ଟି ଆସନରେ ଏବେ ଗଣତି ଚାଲିଛି । ଏହା ମଧ୍ୟରୁ ବିଜେପି ୧୯ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୧୨, ଟିଏମସି ୫ଟି, ଆପ ଗୋଟିଏ, ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ରହିଛନ୍ତି । ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୨୧ ।