ଉତ୍ତରପ୍ରଦେଶରେ ଗଠନ ହେବ ଯୋଗୀ ସରକାର

ଉତ୍ତର ପ୍ରଦେଶ ବିଧାନସଭାର ସମସ୍ତ ୪୦୩ ଆସନରେ ଭୋଟ ଗଣତି ଜାରି ରହିଛି । ଏବେ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ରାଜ୍ୟରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି । ବିଜେପି ୨୭୨ଟି ଆସନରେ ଆଗରେ ରହିଥିବା ବେଳେ ସମାଜବାଦୀ ପାର୍ଟି ୧୧୮, ବିଏସ୍ପି ୪ଟି, କଂଗ୍ରେସ ୩ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଲିଡ କରୁଛନ୍ତି । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨ ।