ବିଶାଳ ରାଲିରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ମେୟର ପ୍ରାର୍ଥୀ

ଭୁବନେଶ୍ୱର ମହାନଗର ନିଗମର କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଆଜି ଦଳୀୟ ସମର୍ଥକଙ୍କ ସହିତ ରାଲିରେ ବାହାରି ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ମହାନଗର ନିଗମର ବିଭିନ୍ନ ୱାର୍ଡ ପାଇଁ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।
ସେପଟେ ଭୁବନେଶ୍ବର ମହାନଗର ନିଗମ ପାଇଁ ରାଜ୍ୟ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ, ବିଜେପି ଡ.ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ବରର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି ।