ପୂର୍ବତନ ସରପଞ୍ଚ ସ୍ବର୍ଗତଃ ଜୟସେନ ଘୋଷଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା କଞ୍ଚଣା ପଞ୍ଚାୟତବାସୀଙ୍କ ହୃଦୟରେ ବାସ କରିଥିବା ଚିତ୍ରସେନ ଘୋଷଙ୍କର ଜ୍ୟେଷ୍ଠ ଭ୍ରାତା ତଥା ପୂର୍ବତନ ସରପଞ୍ଚ ସ୍ବର୍ଗତଃ ଜୟସେନ ଘୋଷଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହେଉଛି । ଏହି ଅବସରରେ ଶ୍ରୀମଦ୍ ଭାଗବତ୍ ସପ୍ତାହ ଜ୍ଞାନ ଯଜ୍ଞ ଏବଂ ହରିନାମ ସଂକୀର୍ତ୍ତନ ଆଦି ଦିବ୍ୟ ମହୋତ୍ସବ ଶ୍ରୀ ବୃନ୍ଦାବନ ଧାମସ୍ଥ ପରମ ପୂଜ୍ୟ ଭାଗବତ ବ୍ୟାସ ପଣ୍ଡିତ ଶ୍ରୀ ନାରାୟଣ ଦାସଜୀ ମହାରାଜଙ୍କ ସାନିଧ୍ୟତାରେ କଞ୍ଚଣା ଗ୍ରାମ ମଦୀୟ ବାସ ଭବନରେ ଅନୁଷ୍ଠିତ ହେଉଛି । ସ୍ବର୍ଗତଃ ଜୟସେନ ଘୋଷ ଜଣେ ଦକ୍ଷ ସଂଗଠକ ଓ ଯୁବନେତା ଭାବେ କଞ୍ଚଣା ଅଞ୍ଚଳରେ ବେଶ୍ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ଗତ ବର୍ଷ ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ