ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଂଟ ଉପରେ ଆକ୍ରମଣ କଲା ରୁଷ୍

ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଂଟ ଉପରେ ରୁଷ ହମଲା କରିବା ପରେ ସମଗ୍ର ବିଶ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି । ୟୁକ୍ରେନର ଜାପୋରିଝଝିଆରେ ଥିବା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ରୁଷ ବୋମା ମାଡ଼ କରିଛି । ମୋର୍ଟାର ଓ ବୋମାମାଡ ଯୋଗୁଁ ନ୍ୟୁକ୍ଲିୟର ପ୍ଲାଂଟରେ ନିଆଁ ଲାଗିଯାଇଛି । ଫଳରେ ସେଠାରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି । ଯଦି ଏହାକୁ ଠିକ ସମୟରେ ନିୟନ୍ତ୍ରଣ କରା ନ ଯାଏ, ତେବେ ପ୍ଳାଂଟରୁ ନିର୍ଗତ ହେବାକୁ ଥିବା ନ୍ୟୁକ୍ଲିୟର ବିକିରଣ ସମଗ୍ର ୟୁରୋପକୁ ଛାରଖାର କରିଦେବ ବୋଲି ଆଶାଙ୍କା ପ୍ରକାଶ ପାଇଛି ।
ଏପରି ଏକ ବିପଦପୂର୍ଣ୍ଣ ମୁହୂର୍ତ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷକୁ ସହାୟତା କରିବାକୁ ନିବେଦନ କରିଛନ୍ତି । ୟୁକ୍ରେନର ଏହି ନ୍ୟୁକ୍ଲିୟନ ପ୍ଲାଣ୍ଟ ନିକଟରେ ମିଲିଟାରୀ କାର୍ଯ୍ୟକଳାପ ବନ୍ଦ କରି ରୁଷ ଜରୁରି କାଳୀନ ଟିମ୍କୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଅନୁମତି ଦେଉବୋଲି ବାଇଡେନ ଅନୁରୋଧ କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ପ୍ଲାଂଟ ଭିତରକୁ ଫାୟାର ଫାଇଟିଙ୍ଗ ସିଷ୍ଟମକୁ ଯିବାକୁ ଅନୁମତି ଦିଆଯାଇନାହିଁ । ଏହାପରେ ପ୍ଲାଂଟ ଭିତରେ ଧମାକା ହୋଇଛି । ଋଷ ସୈନିକ ପ୍ଲାଂଟ ଭିତରେ ପ୍ରବେଶ କରିଛନ୍ତି ।
ରୁଷ ଆଣବିକ ପ୍ଲାଣ୍ଟ ଉପରେ ଆକ୍ରମଣ କରିବା କ୍ଷଣି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଆତଙ୍କିତ ହୋଇଥିବା ସୂଚନା ମିଳିଛି । ରୁଷ ଗୁଳିମାଡ଼ କରୁଥିବାରୁ ଅଗ୍ନିଶମ କର୍ମଚାରୀ ଓ ଜରୁରୀ ସେବାରେ ନିୟୋଜିତ ଅଧିକାରୀମାନେ ସେଠାକୁ ଯାଇ ପାରୁ ନାହାନ୍ତି । ଫଳରେ ଆଣବିକ ପ୍ଲାଣ୍ଟରେ ନିଆଁ ବ୍ୟାପୁଛି । ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବାର ଆବଶ୍ୟକ ଥିବାରୁ ଜେଲେନସ୍କି ରୁଷର ସହାୟତା ଲୋଡ଼ିଥିଲେ । ଏବେ ଆମେରିକା ରାଷ୍ଟ୍ରପତି ମଧ୍ୟ ସମାନ କଥା ଦୋହରାଇଛନ୍ତି ।