ଓଡିଶା

ଯିଏ କାମ କରିବ ତାକୁ ବିଜୟ ମୁକୁଟ ଆମେ ପିନ୍ଧାଇବୁ, ଭୋଟରଙ୍କ ପ୍ରତିକ୍ରିୟା

ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ସରୁ ସରୁ ଏବେ ପୁଣି ପୌର ନିର୍ବାଚନ ପାଇଁ ବିଗୁଲ ବାଜିଛି । ଚଳିତ ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୨୬ରେ ଭୋଟ ଗଣତି ହେବ । ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଙ୍କ କଷା ମଧ୍ୟ ଆରମ୍ଭ ହୋଇଛି । କିଏ କେଉଁ ଦଳର ପ୍ରାର୍ଥୀ ହେବ ସେ ନେଇ ମଧ୍ୟ ତାଲିକା ପ୍ରସ୍ତୁତି ହେଉଛି  l ୱାର୍ଡ କାଉଁସିଲର ଏବଂ ଚେୟାରମ୍ୟାନ ପଦବୀ ପାଇଁ ଆସାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଚୟନର ତାଲିକା ମଧ୍ୟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି l

ଜନତା ଜନାର୍ଦ୍ଦନଙ୍କ ମୌଳିକ ଅଧିକାର ପାଇଁ ଲଢେଇ ତେଜୁଥିବା ବେଳେ ଆମ ପ୍ରତିନିଧି ସୁନୀଲ ଦାଶ କୋରାପୁଟର କୋଟପାଡ଼ ବିଜ୍ଞାପିତ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ସେଠାରେ ପହଞ୍ଚିଥିଲେ । ତେବେ କୋଟପାଡ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ 5ଟି ୱାର୍ଡର ଜନସାଧାରଣ ଏକଜୁଟ ହୋଇ ଚଳିତ ଥର ମତଦାନ ଦେବେ ନାହିଁ ବୋଲି ଆମ କ୍ୟାମେରା ସମ୍ମୁଖରେ ସ୍ପଷ୍ଟ କହିଛନ୍ତି । ରାସ୍ତା ନାହିଁ ତ ଭୋଟ ନାହିଁ । ଯେ କୌଣସି ଦଳ ନିର୍ବାଚନ ପୂର୍ଵରୁ ନୂଆଗଡରୁ ଆସନା ଗ୍ରାମକୁ ସଂଯୋଗ କରୁଥିବା ସ୍ମଶାନ ରାସ୍ତା ତିଆରି କରିବ ଆମେ ତାକୁ ହିଁ ଭୋଟ ଦେବୁ ବୋଲି ଦୃଢୋକ୍ତି କରିଛନ୍ତି ୱାର୍ଡବାସୀ ।

ସୂଚନା ଅନୁସାରେ ଦୀର୍ଘ 30 ବର୍ଷ ହେବ ଉକ୍ତ ଅଞ୍ଚଳର ସମସ୍ୟାର ସମାଧାନ ହେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପୂର୍ଵଥର ନିଜ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ବିଜେଡି ଦଳର ପ୍ରାର୍ଥୀଙ୍କ ଉପରେ ଭରସା କରି ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ ମଧ୍ୟ କରାଇଥଲେ । ହେଲେ ସବୁଥର ଭଳି ନିର୍ବାଚନ ସରିଗଲା ପରେ ପ୍ରତିଶ୍ରୁତି ପାଲଟିଗଲା ପାଣିର ଗାର । ଏପରିକି ଯେଉଁ ଜାଗାରେ ବସ୍ତିର ନା ନଥିଲା ସେଠାରେ ନୂଆ ବସ୍ତି ଗଢ଼ିଉଠିବା ସହ ରାସ୍ତା ଘାଟ, ନାଳ ନର୍ଦମା ଓ ପାନୀୟ ଜଳ ଭଳି ମୌଳିକ ବ୍ୟବସ୍ଥା ମଧ୍ୟ ହୋଇଛି l ହେଲେ ଯେଉଁ ସ୍ଥାନରେ ଏ ସମସ୍ତ ମୌଳିକ ସୁବିଧାର ଆବଶ୍ୟକତା ରହିଛି ସେହି ସ୍ଥାନରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏପରିକି ବାରମ୍ବାର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୁହାରି କରିବା ସହ ତତ୍କାଳୀନ ମନ୍ତ୍ରୀଙ୍କୁ ଗୁହାରି କଲେ ସୁଦ୍ଧା ତାଙ୍କ ବେଦନା ଦୂର ହୋଇପାରିନି l ଏଣୁ ଚଳିତ ଥର ପ୍ରଥମେ ଯିଏ କାମ କରି ଦେଖାଇବ ଅଞ୍ଚଳବାସୀ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇବେ ବୋଲି କହିଛନ୍ତି l ତେବେ ଦେଖିବାକୁ ବାକି ରହିଲା ଅଞ୍ଚଳର ଉନ୍ନତି କରୁଛି କିଏ ଏବଂ ଭୋଟ ନେଉଛି କିଏ ।

କୋଟପାଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା