ଓଡିଶା

ଭୁବନେଶ୍ବରରୁ ଜବତ ହୋଇଛି ୧୫ କୋଟି ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡ଼ିଲା ୩୨ କେଜିରୁ ଅଧିକ ଓଜନର ସୁନା ଅଳଙ୍କାର । ଅଭିଯୁକ୍ତମାନେ ୪ଟି ବ୍ୟାଗରେ ଅଳଙ୍କାରଗୁଡିକୁ ମ୍ବମ୍ବାଇରୁ କୋଣାର୍କ ଏକ୍ସପ୍ରେସ୍ ଟ୍ରେନ ଯୋଗେ ଆଣୁଥିବା ବେଳେ ଜିଆରପି ପୋଲିସ ଏହାକୁ ଜବତ କରିଛି । ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ୧୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ଘଟଣାରେ ଜିଆରପି ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନି । ଅଧିକ ତଦନ୍ତ ପାଇଁ ଜିଏସ୍‌ଟି ଏବଂ ଆଇଟିକୁ ଜଣାଇଛି ଜିଆରପି ।

ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଜିଆରପି କୋଣାର୍କ ଏକ୍ସପ୍ରେସ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୩୨ କେଜି ସୁନା ଜବତ ହୋଇଛି । ତେବେ ଏହି ୪ ଜଣ ମୁମ୍ବାଇର ଏକ ସୁନା ଦୋକାନ କର୍ମଚାରୀ ହୋଇଥିବା ବେଳେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ଅଳଙ୍କାର ବିକ୍ରି ଉଦ୍ଦେଶ୍ୟରେ ଆଣୁଥିବା କହିଛନ୍ତି । ଜିଆରପି ପୋଲିସ ସେମାନଙ୍କ ନିକଟରୁ କିଛି କାଗଜପତ୍ର ଜବତ କରିଥିବା ବେଳେ ଆଇଟି ବିଭାଗ ଏହାର ଖୋଳତାଡ଼ କରୁଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା