ଓଡିଶା

କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପୂର୍ବରୁ କର୍ପୋରେଟର ପଦ ସମ୍ଭାଳିଛନ୍ତି ଗିରିବାଳା ବେହେରା

ପୌର ନିର୍ବାଚନ ଲାଗି ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏଥିପାଇଁ ସବୁଦଳ ଆରମ୍ଭ କଲେଣି ରଣନୀତି । ତେବେ ଏସବୁ ଭିତରେ କଂଗ୍ରେସ ଦଳ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ ନେଇ ବସିଥିବା ବୈଠକରେ କଂଗ୍ରେସ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହାସହ କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ସହ ଖୁବଶୀଘ୍ର ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯିବ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କଟକର ମେୟର ପ୍ରାର୍ଥୀ ଭାବେ କଂଗ୍ରେସ ବାଛିଥିବା ଗିରିବାଳା ବେହେରା ଏବେ ପିସିସି ମହିଳା କଂଗ୍ରେସର ଉପସଭାପତି ରହିଛନ୍ତି । ଏହାଛଡା ଗିରିବାଳା ନଗର କଂଗ୍ରେସର ମଧ୍ୟ ଜଣେ ଟାଣୁଆ କର୍ମୀ । ପୂର୍ବରୁ ସେ ଥରେ କର୍ପୋରେଟର ହୋଇଥିବାବେଳେ ତାଙ୍କର ସାଙ୍ଗଠନିକ ଦକ୍ଷତା ଥିବାରୁ ତାଙ୍କୁ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ କରାଯାଇଛି ।

ସେପଟେ ଆଜି ଠାରୁ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହା ଆସନ୍ତା ୭ ତାରିଖ ଯାଏଁ ଏହି ପ୍ରକ୍ରିୟା  ଚାଲିବ । ୯ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବ । ୧୪ରେ ନାମାଙ୍କ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ । ମୋଟ ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମ ପାଇଁ ଭୋଟ ହେବ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା