ଅଫଲାଇନ୍ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଅଫଲାଇନ୍ – ଅନଲାଇନ୍ ପରୀକ୍ଷା ଦ୍ୱନ୍ଦ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଅଫଲାଇନ୍ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନ ଖାରଜ କଲେ ମାନ୍ୟବର ସୁପ୍ରିମକୋର୍ଟ । ଆବେଦନ ଖାରଜର କାରଣ ଦର୍ଶାଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ପରୀକ୍ଷା ନିୟମ ଓ ତାରିଖ ଆସିନଥିବାରୁ ପିଟିସନ୍ ଖାରଜ କରାଯାଇଛି । ଅନ୍ୟପଟେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି କି, ନିୟମ ଓ ତାରିଖ ଆସିବା ପରେ ପୁର୍ନବାର ପିଟିସନ୍ ଦିଆଯାଇପାରିବ । ଦଶମ ଓ ଯୁକ୍ତ-୨ର ଅଫଲାଇନ୍ ପରୀକ୍ଷା ବିରୋଧରେ ଆବେଦନ ହୋଇଥିଲା ।