ନବୀନ ଫ୍ୟାନଙ୍କ ପାଇଁ ପ୍ରସ୍ତୁତ ହେଲା କଚା ବାଦାମ ଗୀତ… ରେଡକ୍ରାବ ଷ୍ଟୁଡିଓରେ ରେକର୍ଡ ହୋଇଛି ଗୀତ… ଶୁଣନ୍ତୁ ଗୀତ

ଓଡିଶାବସୀଙ୍କ ମଉଡମଣୀ ତଥା ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଦଶ୍ୟରେ ଏକ ଟ୍ରେଣ୍ଡିଙ୍ଗ ଗୀତ କଚା ବାଦାମକୁ ନେଇ ପ୍ରସ୍ତୁତ ହୋଇଛି ଏକ ସୁନ୍ଦର ପରିକଳ୍ପନା । ନବୀନ ସରକାରଙ୍କ ସ୍ୱଚ୍ଛ ଶାସନକୁ ନେଇ ରେଡକ୍ରାବ ଷ୍ଟୁଡିଓର ମୁଖ୍ୟ ପରିଚାଳକ ଲଳିତେନ୍ଦୁ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସୁନ୍ଦର ଗୀତଟି ରେକର୍ଡ ହୋଇଛି । ଗୋଟେ ପଟେ କଚା ବାଦାମ ଗୀତ ବର୍ତ୍ତମାନ ଯୁବପୀଢିଙ୍କ ପାଇଁ ଟ୍ରେଣ୍ଡିଂ ଚାଲିଥିବାବେଳେ ପଞ୍ଚାୟତ ନିର୍ବାଚନ ସମୟରେ ରାଜ୍ୟବାସୀଙ୍କ ମୁହଁରେ ନବୀନଙ୍କ କ୍ରେଜକୁ ନେଇ ଦର୍ଶକଙ୍କୁ ଏହି ଭେଟି ଦେଇଛି ଆଇବଲ ପ୍ରଡକ୍ସନ ।
କଚା ବାଦାମର ସଙ୍ଗୀତର ତାଳେ ତାଳେ ଏହାର ଗୀତ ରଚନା କରିଛନ୍ତି ଗୁରୁଚରଣ ଦାଶ ଏବଂ ଅଶେଷ ଦାଶ । ଅଶେଷ ଦାଶ ଏହାର ସଙ୍ଗୀତ ପରିଚାଳନା ଦାୟିତ୍ୱ ତୁଲାଇବା ସହ ବଙ୍ଗଳାରେ ରାପ୍ ଗାଇଛନ୍ତି । ସୁରେଶ ବସନ୍ତିଆଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ଗୀତରେ କଣ୍ଠଦାନ କରିଛନ୍ତି ରାଜେଶ ଦାଶ ଏବଂ ଜ୍ୟୋର୍ତିମୟୀ । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ନିର୍ମଳ ଭାବମୂର୍ତ୍ତିକୁ ନେଇ ପ୍ରସ୍ତୁତ ଏହି ଗୀତ ନବୀନ ଫ୍ୟାନ୍ ତଥା ରାଜ୍ୟବାସୀଙ୍କୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ରେଡକ୍ରାବ ଷ୍ଟୁଡିଓର ମୁଖ୍ୟ ପରିଚାଳକ ଲଳିତେନ୍ଦୁ ଦାସ । ବିଶେଷ କରି ଓଡିଶାରେ ରହୁଥିବା ବଙ୍ଗୀୟ ଅଧିବାସୀଙ୍କ ପାଇଁ ଏହି ଗୀତ ଉଭୟ ଓଡିଆ ଏବଂ ବଙ୍ଗୀୟ ଭାଷାରେ ପ୍ରସ୍ତୁତ ହୋଇଛି ।