ଓଡିଶା ଦେଶ ବିଦେଶ

ଆଜି ସ୍ୱାଧୀନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ; ଇଂରେଜ ଶାସନ ଓ ବିଦେଶୀ ସାମ୍ରାଜ୍ୟବାଦ ବିରୋଧରେ ଆରମ୍ଭ କରିଥିଲେ ବିଦ୍ରୋହ ଓ ସଶସ୍ତ୍ର ସଂଘର୍ଷ- ‘ଉଲଗୁଲାନ୍‌’

ଆଜି ହେଉଛି ସ୍ୱାଧୀନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ୧୮୦୯ ମସିହା ଜାନୁଆରୀ ୨୩ରେ ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ବୀର ସୁରେନ୍ଦ୍ର ସାଏ । ପଶ୍ଚିମ ଓଡିଶାରୁ ବ୍ରିଟିଶ ସରକାରଙ୍କ ପତନ କରିବା ଲାଗି ସେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିଲେ । ଇଂରେଜ ମାନଙ୍କ ବିରୋଧରେ ତାଙ୍କର ସଶସ୍ତ୍ର ବିପ୍ଳବ ଓ ବୀରତ୍ୱକୁ ଆଜି ବି ସାରା ଦେଶ ମନେ ପକାଉଛି ।

୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସିପାହୀ ବିଦ୍ରୋହକୁ ଯଦି ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଉଦ୍ୟମ ବୋଲି କୁହାଯାଏ ତେବେ ତାହା ନିଶ୍ଚିତ ଭାବରେ ଏହି ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଅନ୍ୟାୟ ହେବ । କାରଣ ସିପାହୀ ବିଦ୍ରୋହର ବହୁବର୍ଷ ପୂର୍ବରୁ ସେ ଇଂରେଜ ଶାସନ ଓ ବିଦେଶୀ ସାମ୍ରାଜ୍ୟବାଦ ବିରୋଧରେ ଆରମ୍ଭ କରିଥିଲେ ବିଦ୍ରୋହ ଓ ସଶସ୍ତ୍ର ସଂଘର୍ଷ- ‘ଉଲଗୁଲାନ୍‌’ । ତାଙ୍କର ଗରିଲା ଯୁଦ୍ଧ ଆଗରେ ନୟାନ୍ତ ହୋଇଥିଲେ ବ୍ରିଟିଶ ସରକାର । ତାଙ୍କ ଜୀବନକାଳର ଅଧା ସମୟ ବନ୍ଦୀ ଗୃହରେ କଟିଥିଲା । ଏପରିକି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ବନ୍ଦୀ ଜୀବନ ବିତାଇଥିଲେ । ସୁରେନ୍ଦ୍ର ସାଏ ୨୮ ଫେବୃଆରୀ ୧୮୮୪ରେ ମଧ୍ୟପ୍ରଦେଶର ଅସୁରଗଡ ଜେଲରେ ବନ୍ଦୀ ଅବସ୍ଥାରେ ଆଖି ବୁଜି ଥିଲେ ।

ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବାଖିଣ୍ଡା ଗାଁରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ଔରସରୁ ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛଅ ଭାଇ ଓ ଜଣେ ଭଉଣୀ ଥିଲେ । ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁତ୍ର ‘ମିତ୍ରଭାନୁ ସାଏ’ ଓ ଗୋଟିଏ କନ୍ୟା ଥିଲେ ।

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ଭୂଖଣ୍ଡରେ ସ୍ବାଭିମାନର ସ୍ବର । ଇଂରେଜମାନେ ସିପାହୀ ବିଦ୍ରୋହକୁ ବର୍ଷ କେଇଟା ମଧ୍ୟରେ ଦମନ କରିବାରେ ଏକପ୍ରକାର ସଫଳ ହୋଇଥିଲେ । ମାତ୍ର ସମ୍ବଲପୁରରେ ଦୀର୍ଘ ବର୍ଷ ଯାଏ ସଂଗ୍ରାମର ବହ୍ନି ଜଳିଥିଲା । ସୁରେନ୍ଦ୍ର ସାଏ ଓ ତାଙ୍କ ସାଥୀମାନେ ଏହି ବହ୍ନିକୁ ଉଜ୍ଜିବୀତ ରଖିଥିଲେ । ସେମାନଙ୍କ ନିକଟରେ ନା ଥିଲା ସାଧନ ନା ଆଧୁନିକ ଅସ୍ତ୍ରଶସ୍ତ୍ର । ଏପରିକି ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ନଥିଲା । ତଥାପି ଦୀର୍ଘ ସାତ ବର୍ଷ ଧରି ସେମାନେ ଗୋରା ଫୌଜଙ୍କ ବିରୋଧରେ ବିଦ୍ରୋହର ସ୍ବରକୁ ବଳବତ୍ତର ରଖିଥିଲେ । ବ୍ରିଟିଶ ସାମ୍ରାଜ୍ୟ ପୂର୍ଣ୍ଣରୂପେ ବିଲୀନ ହେବାରେ ସମ୍ବଲପୁର ଥିଲା ଦେଶର ଶେଷ ସ୍ବାଧୀନ ରାଜ୍ୟ । କିନ୍ତୁ ଦୁର୍ଭାଗ୍ୟ ସୁରେନ୍ଦ୍ର ସାଏ ଓ ସମ୍ବଲପୁର ମାଟିର ଏହି ବଳିଦାନ କାହାଣୀ ଆଜି ବି କେବଳ ସ୍ଥାନୀୟ କିମ୍ବଦନ୍ତୀ ହୋଇ ରହିଯାଇଛି ।

ଆଜି ସେହି ବିପ୍ଳବୀଙ୍କ ୨୧୩ ତମ ଜୟନ୍ତୀ ଅବସରରେ ସାରା ରାଜ୍ୟ ଏହି ବିପ୍ଳବୀଙ୍କୁ ମନେ ପକାଉଛି । ରାଜ୍ୟର ବିଭିନ୍ନ ସହରରେ ତାଙ୍କର ଜନ୍ମଜୟନ୍ତୀ ପାଳନ ହେଉଛି । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଜୟନ୍ତୀ ପାଳିତ ହେଉଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା