ଯାତ୍ରୀବାହୀ ବସ୍କୁ ପଛରୁ ପିଟିଲା ଟ୍ରକ.. ବାଲେଶ୍ୱର ସୋର ବିଦୁ ଛକରେ ଭୟଙ୍କର ଦୁର୍ଘଟଣା

ଯାତ୍ରୀବାହୀ ବସ୍କୁ ପଛରୁ ପିଟିଲା ଟ୍ରକ । ବାଲେଶ୍ୱର ସୋର ବିଦୁ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ସୂଚନା ।
ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ ହେଉଛି ‘ଶାନ୍ତିଲତା’ । ବସଟି ଉଦଳାରୁ ଭୁବନେଶ୍ୱର ଯାଉଥିଲା । ବସ୍ରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ । ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ବିଦୁ ଛକରେ ବସ୍ ଷ୍ଟପ୍ରେ ଅଟକିଥିଲା ବସ୍ । ସେଠାରେ ଯାତ୍ରୀମାନେ ଓହ୍ଲାଉଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ବସ୍ଟିକୁ ଧକ୍କା ଦେଇଥିଲା । ଫଳରେ ବସ୍ଟି ରାସ୍ତାକଡ଼ ଖାଲକୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାମ ଜାରି ରହିଛି ।