ଓଡିଶା

କୁହୁଣ୍ଡା ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀ ହେଲେ ସୁପ୍ରଭା ସାମଲ

ଆସନ୍ତା ଫେବୃଆରୀ ୧୬ରେ ଅନୁଷ୍ଠିତ ହେବ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ବିଭିନ୍ନ ପଂଚାୟତରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ମାହାଙ୍ଗା ବ୍ଲକର ୩୭ଟି ଗ୍ରାମ ପଞ୍ଚାୟତରୁ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର ଏବଂ ଚାରୋଟି ଜିଲାପରିଷଦ ଆସନରୁ ବହୁ ଆଶାୟୀ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରାର୍ଥୀପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି । ଚଳିତ ଥର ଏହି ନିର୍ବାଚନରେ ବହୁ ଉଚ୍ଚ  ଶିକ୍ଷିତା ମହିଳା ଭାଗନେଉଥିବାରୁ, ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୁପ୍ରଭା ସାମଲ

ବିଭିନ୍ନ ଦଳର ବହୁ ଅନୁଗତ ପ୍ରାର୍ଥୀମାନେ ପ୍ରଚାର ଅଭିଯାନ ଜୋରଦାର କରିଥିବା ବେଳେ ଲଗାତର କୋଡିଏ ବର୍ଷରୁ ଅଧିକ ସମୟ ହେଵ ମାହାଙ୍ଗା ପଂଚାୟତ ସମିତି ଉପରେ ଶାସକ ବିଜେଡିର ଦବଦବା ରହି ଆସିଛି । ମାହାଙ୍ଗା ବ୍ଲକରୁ କଂଗ୍ରେସ ସ୍ଥିତି ଅତ୍ୟନ୍ତ ନୈରାଶ୍ୟ ଜନକ ଥିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ପୂର୍ବତନ ମନ୍ତ୍ରୀ ମତୁଲୁବ ଅଲ୍ଲୀ ଏବଂ ଦେବେନ୍ଦ୍ର ସାହୁଙ୍କ ଗୋଷ୍ଠୀ ମଧ୍ୟରେ ଉଗ୍ର ବିବାଦ ରହିଥିବା କୁହାଯାଉଛି । ଅପରପକ୍ଷରେ ବିଜେପି ନିଜ ଶକ୍ତି ବୃଦ୍ଧି କରିବାରେ ସାମାନ୍ୟ ସଫଳ ହୋଇଥିଲେ ବି ତୃଣମୂଳ ସ୍ତରରେ ନେତୃତ୍ୱର ଅଭାବ ଯୋଗୁଁ ପ୍ରାର୍ଥୀମାନେ ନିରୁତ୍ସାହିତ ଥିବା ସାଧାରାଣରେ ମତ ପ୍ରକାଶ ପାଇଛି ।

ଚଳିତ ଥର ବ୍ଲକ ପାଇଁ ଜଣେ ଦଳିତ ମହିଳା ଅଧ୍ୟକ୍ଷ ଆସନରେ ବସିବା ସୂଚନା ମିଳିଛି । ମନ୍ତ୍ରୀ ପ୍ରତାପ ଜେନା ନିଜ ଦଳର ଅସନ୍ତୁଷ୍ଟଙ୍କୁ ମନେଇବାରେ ଦୁଇପାଦ ଆଗରେ ଥିବାବେଳେ, ବିଜେପି ଓ କଂଗ୍ରେସଙ୍କୁ ଉପଯୁକ୍ତ ପ୍ରାର୍ଥୀ ମିଳୁନି । ପ୍ରାର୍ଥୀ ଦୌଡ଼ରେ ଥିବା ଆଶାୟୀ ମାନଙ୍କୁ ମନାଇବାରେ ଦଳୀୟ ନେତା ସଫଳ ହେଲେ, ବିରୋଧି ବହୁ ପଛରେ ପଡିବା ଜଳଜଳ ଦିଶୁଛି । ତେବେ ସମୟ କହିବ ସମିତି ଦଖଲ ଅଭିଯାନରେ କେଉଁ ଦଳ ମୁଣ୍ଡରେ ମତଦାତା ବିଜୟୀ ମୁକୁଟ ପିନ୍ଧାଉଛନ୍ତି ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା