ଓଡିଶା

ସରପଞ୍ଚ ପଦବୀ ପାଇଁ ଜନତାଙ୍କ ପ୍ରଥମ ପସନ୍ଦ ଚିତ୍ରସେନ ଘୋଷ…

ଇଲେକ୍ସନ ଭିତରେ ସିଲେକ୍ସନ, ଚର୍ଚ୍ଚାରେ କଞ୍ଚଣା ପଞ୍ଚାୟତ । ଖଲ୍ଲିକୋଟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ସବୁ ଗାଁ ଓ ପଞ୍ଚାୟତରେ ସରଗରମ ରହିଛି ରାଜନୀତି । ତେବେ ଏଭଳି ଗୋଟିଏ ପଞ୍ଚାୟତ ରହିଛି ଯେଉଁଠି ଭୋଟର ଦୀର୍ଘ ସମୟ ଧରି ଗୋଟିଏ ପରିବାର ଉପରେ ଆସ୍ଥା ପ୍ରକଟ କରି ଆସୁଛନ୍ତି । ଅର୍ଥାତ୍ ଗୋଟିଏ ପରିବାରର ସଦସ୍ୟ ମାନେ ଦୀର୍ଘ ୨୫ ବର୍ଷ ଧରି ଉକ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦବୀରେ ରହି ଆସିଛନ୍ତି । ଚଳିତ ଯୋଜନାରେ ମଧ୍ୟ ସେହି ପରିବାରର ସଦସ୍ୟଙ୍କୁ ସରପଞ୍ଚ ଓ ସମିତି ସଭ୍ୟ ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି ପଞ୍ଚାୟତର ଭୋଟର ।

କଞ୍ଚଣା ପଞ୍ଚାୟତ

ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର କଞ୍ଚଣା ପଞ୍ଚାୟତ । ଉତ୍ତମ ପରିବେଶ, ମୌଳିକ ସୁବିଧା ସୁଯୋଗ, ଦୁର୍ନୀତି ମୁକ୍ତ ପଞ୍ଚାୟତ ଭାବେ କେବଳ ଖଲ୍ଲିକୋଟ ବ୍ଲକ କାହିଁକି ପୁରା ଗଂଜାମ ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ଏହି ପଞ୍ଚାୟତ ଏବେ ପୁଣି ଥରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ଚଳିତ ନିର୍ବାଚନରେ ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ସମିତି ସଭ୍ୟ ପଦବୀ ଅଣସଂରକ୍ଷିତ ରହିଛି । ତେବେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଉକ୍ତ ପଞ୍ଚାୟତର ଅଗଣିତ ଭୋଟରଙ୍କ ମତାମତ ନେଇଛନ୍ତି ବର୍ତ୍ତମାନର ସରପଞ୍ଚ ଚିତ୍ରସେନ ଘୋଷ ।

କଞ୍ଚଣା ପଞ୍ଚାୟତ

ଲୋକଙ୍କ ମତାମତକୁ ନେଇ ସେ ଯାହା କିଛି କରିବେ ବୋଲି କହିଥିବା ବେଳେ ଭୋଟର ମାନେ ପୁଣିଥରେ ପଞ୍ଚାୟତ ଦାୟିତ୍ବ ନେବାକୁ ତାଙ୍କୁ ଅନୁରୋଧ ମଧ୍ୟ କରୁଥିବା ଜଣାପଡିଛି । ଦୁର୍ନୀତି ଅଭିଯୋଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଏ ନେଇ ସଚେତନତା ଫଳକ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଲଗାଇବା, ପୁରା ପଞ୍ଚାୟତରେ ସ୍ବଚ୍ଛ ଓ ସୁନ୍ଦର ପରିବେଶ ସୃଷ୍ଟି କରିଥିବା ସରପଞ୍ଚ ଚିତ୍ରସେନଙ୍କୁ ପୁଣି ଥରେ ଅକୁଣ୍ଠ ସମର୍ଥନ କରିବାକୁ ଯୋଜନା କରୁଛନ୍ତି ପଞ୍ଚାୟତର ସାଧାରଣ ଜନତା । ଅପରପକ୍ଷେ ବିରୋଧୀ ଗୋଷ୍ଠୀ ପକ୍ଷରୁ ମଧ୍ୟ କାଁ ଭାଁ ବିରୋଧ କରାଯାଉଥିବା ବେଳେ ପ୍ରାର୍ଥୀ ଦିଆଯିବାକୁ ସ୍ଥିର ହୋଇଥିବା ଶୁଣାଯାଉଛି । ଏକାଧାରରେ କହିବାକୁ ଗଲେ ଏହି ପଞ୍ଚାୟତ ଅନ୍ୟ ପଞ୍ଚାୟତ ଗୁଡିକ ପାଇଁ ଆଦର୍ଶ ପାଲଟିଥିବା ବେଳେ ଏହି ନିର୍ବାଚନରେ ଜନତା ଜନାର୍ଦ୍ଦନ କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ବେଗୁନିଆପଡାରୁ ବପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା