ହାତ ଛାଡି ପଦ୍ମ ଧରିଲେ ମୋଗା ବିଧାୟକ ହରଜୋତ କମଲ

ପଞ୍ଜାବର ମୋଗା ଆସନରୁ ଚଳିତ ନିର୍ବାଚନ ଲାଗି ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦଙ୍କୁ ଟିକେଟ ମିଳିଛି । ଏହା ପରେ ମୋଗାର ବିଧାୟକ ହରଜୋତ କମଲ ଦଳ ପ୍ରତି ନିଜର ଅସନ୍ତୁଷ୍ଟ ଜାହିର କରି ଦଳ ଛାଡିବା ସହ ଶନିବାର ବିଧିବଦ୍ଧ ଭାବେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ।

ଆସନ୍ତା ଫେବୃଆରୀ ୧୪ରେ ହେବାକୁ ଥିବା ନିର୍ବାଚନ ଲାଗି ଶନିବାର କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀରେ ୮୬ ଜଣଙ୍କ ନାମ ଘୋଷାଣ କରିଛି, ଯେଉଁଥିରେ କମଲ ନାମ ନାହିଁ । ଏହା ସହ ଦଳ ସେଠାରେ ମାଳବିକା ସୁଦଙ୍କୁ ମୋଗା ଆସନ ପାଇଁ ଟିକେଟ ପ୍ରଦାନ କରିଛି । ତେବେ ହରଜୋତ ପଦ୍ମ ଧରିବା ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତଙ୍କୁ ଧନ୍ୟବାଦ ଦେଇଛନ୍ତି ।

କଂଗ୍ରେସ ପାଇଁ ସେ ବିଗତ ୨୧ ବର୍ଷ ହେବ କାମ କରିଛନ୍ତି । ଏହାର ପ୍ରତି ବଦଳରେ ଦଳ ତାଙ୍କର ଅବଦାନକୁ ଭୁଲି ଜଣେ ଅନଭିଜ୍ଞ ରାଜନୈତିକ ବ୍ୟକ୍ତିଙ୍କୁ ମୋଗା ଆସନ ପାଇଁ ଟିକେଟ ପ୍ରଦାନ କରିଛନ୍ତି । ଏହା ତାଙ୍କ ପାଇଁ ଅପମାନ ବୋଲି ହରଜୋତ କହିଛନ୍ତି ।