ଓଡିଶା

ଲୋକଙ୍କ ପାଇଁ କର୍ତ୍ତବ୍ୟ ସମ୍ପାଦନ କରି ପୁଣି ଆମେ ଗର୍ବିତ…

କୋଟପlଡ଼ ରେଞ୍ଜ ବନ ବିଭାଗରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରି ଦୀର୍ଘ ବର୍ଷ ଧରି ଶ୍ରମିକ ନିଜର ପ୍ରାପ୍ୟରୁ ବଞ୍ଚିତ ଥିଲେ । ଏହି ଦୁର୍ନୀତିର ଖବର ଫ୍ରିଟୁସ୍ପିକରେ ପ୍ରସାରଣ କରି ଆମେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇଥିଲୁ ।  ତେବେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛନ୍ତି ଜିଲ୍ଲା ପ୍ରଶାସନ । କୋରାପୁଟ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାର ଗମ୍ଭୀରତାକୁ ଅନୁଧ୍ୟାନ କରି ୬୦ ଜଣ ଦିନ ମଜୁରିଆଙ୍କୁ ସେମାନଙ୍କ ବକେୟା ମଜୁରୀ ଫେରି ପାଇବା ଲାଗି ସହଯୋଗର ହାତ ବଢ଼ାଇଛନ୍ତି l ଏବେ ବକେୟା ରାଶି ପ୍ରାପ୍ତ କରିବା ପରେ ଦିନ ମଜୁରିଆମlନେ ଖୁସି ବ୍ୟକ୍ତ କରିବା ସହ ଫ୍ରିଟୁ ସ୍ପିକ, ଭାରତ ମିଡ଼ିଆ ଆସୋସିଏସନ ଓ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି l

ଗତ ଡିସେମ୍ବର ୨୩ରେ ଶ୍ରମିକ ମାନେ କାର୍ଯ୍ୟ କରି ପ୍ରାପ୍ୟରୁ ବଞ୍ଚିତ ହୋଇ ହଇରାଣ ହେଉଥିବା ଖବର ଆମେ ପ୍ରସାରଣ କରିଥିଲୁ । ତେବେ ଶ୍ରମିକ ପ୍ରାପ୍ୟ ପାଇବା ଲାଗି ଗୋଟେପଟେ ରେଞ୍ଜରଙ୍କୁ ପଚାରିବାରୁ ରେଞ୍ଜର କହିଥିଲେ ଫରେଷ୍ଟରଙ୍କୁ କୁହନ୍ତୁ । ଅପରପକ୍ଷେ ଫରେଷ୍ଟରଙ୍କୁ ପଚାରିବାରୁ ସେ କହିଥିଲେ ରେଞ୍ଜର ବୁଝିବେ । ଏହାର ଏକ ଅଡିଓ କ୍ଲିପ ମଧ୍ୟ ଆମେ ପ୍ରସାରଣ କରିଥିଲୁ । ପରେ ଏ ନେଇ କିଛି ଖଳ ପ୍ରକୃତିର ଲୋକେ ଆମକୁ ଏବଂ ଆମ ପ୍ରତିନିଧିଙ୍କୁ ଧମକ ମଧ୍ୟ ଦେଇଥିଲେ । ତେବେ ସତ୍ୟର ସ୍ବର ହୋଇ ଆମେ ଆମ କର୍ତ୍ତବ୍ୟ ପଥରେ ବଳବତ୍ତର ରହିଥିଲୁ । ଏବଂ ଏହାର ସୁଫଳ ପାଇଛନ୍ତି ୬୦ ଜଣ ଦିନ ମଜୁରିଆ ।

ଭାରତ ସରକାର ଦିନ ମଜୁରିଆଙ୍କ ଆର୍ଥିକ ମାନ ଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜବ୍ କାର୍ଡଧାରୀଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୁଶଳୀ ଓ ଅଣ କୁଶଳୀ ଶ୍ରମିକଙ୍କୁ ବର୍ଷରେ ଶହେ ଦିନର କାମ ଯୋଗାଇ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାକୁ କୋଟି କୋଟି ଅର୍ଥ ବ୍ୟୟ କରୁଥିବା ବେଳେ ଏହା ଦୁର୍ଗମ ଅଞ୍ଚଳରେ ବାଟବଣl ହେଉଥିବା ଅଭିଯୋଗ ହୋଇଥିଲା । କାମ କରିବାର ସପ୍ତାହ ମଧ୍ୟରେ ମନରେଗା ଅର୍ଥ ମିଳିବlର ସରକାରୀ ବ୍ୟବସ୍ଥା ରହିଥିବା ବେଳେ କାମ ସାରିବାର ବର୍ଷ ବର୍ଷ ବିତି ଯାଇଥିଲେ ସୁଧା ସେମାନଙ୍କୁ ଅର୍ଥ ମିଳିନଥିଲା l କିନ୍ତୁ ଭାରତ ମିଡ଼ିଆ ଆସୋସିଏସନର ସହଯୋଗ ଏବଂ ଫ୍ରିଟୁସ୍ପିକର ଖବର ପ୍ରସାରଣ ପରେ ଗରିବ ଦିନ ମଜୁରିଆ ନିଜର ପ୍ରାପ୍ୟ ପାଇ ଏବେ ଖୁସି ଥିବା କହିଛନ୍ତି ।

କୋଟପlଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା