ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା

ଆସନ୍ତାକାଲିଠାରୁ ଆରମ୍ଭ ହେବ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା । ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ୩ ଦିନ ୨ଟି ସିଟିଂ ହେବ ଥିଓରୀ ପରୀକ୍ଷା । ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ପରୀକ୍ଷା ପାଇଁ ୩ ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର । ଚଳିତବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ମଧ୍ୟ ଗରୁତ୍ୱ ଦିଆଯାଇଛି । ପ୍ରତିଟି ଶ୍ରେଣୀରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବା ନେଇ ନିଷ୍ପତି ହୋଇଥିବା କହିଛନ୍ତି ବୋର୍ଡ କର୍ତ୍ତୁପକ୍ଷ । ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ମୋବାଇଲ ନେବାକୁ ମନା କରାଯାଇଛି । ପରୀକ୍ଷା କେନ୍ଦ୍ରର ସୁପରଟେଣ୍ଡମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି ଯିବା ନେଇ ନିର୍ଦେଶ ଦିଆଯାଇଛି ।
କଟକରୁ ବିଭୁ ପ୍ରସାଦ ସ୍ୱାଇଁ