ଓଡିଶା

୧୫ ରୁ ୧୮ ବର୍ଷର ପିଲାଙ୍କୁ ୬୧ ଟି ସେଣ୍ଟରରେ ଦିଆଯିବ କରୋନା ଟୀକା

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଭାରତ ସରକାର ତତ୍ପର ହୋଇ ୧୫ ରୁ ୧୮ ବର୍ଷର ପିଲାମାନଙ୍କୁ ଟୀକାକରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ୧୫ ବର୍ଷରୁ ୧୮ ବର୍ଷର ବାଳକବାଳିକାଙ୍କୁ କରୋନା ଟୀକାକରଣ କାର୍ୟ୍ୟକ୍ରମର ଶୁଭ ଉଦଘାଟନ ହୋଇଛି । ଏହି କାର୍ୟ୍ୟକ୍ରମକୁ ଜିଲ୍ଲାପାଳ ଡ଼ଃ.କମଳ ଲୋଚନ ମିଶ୍ର ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି କାର୍ୟ୍ୟକ୍ରମ ଜରିଆରେ ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌରପାଳିକାରେ ୬୫ ହଜାର ୭୦୦ ବାଳକବାଳିକାଙ୍କୁ କରୋନା ଟୀକା ଦିଆଯିବାର ବ୍ୟବସ୍ଥା ବା ସହିତ ଏଥିଲାଗି ୬୧ ଟି ସେଣ୍ଟର ଖୋଲାଯାଇ ୧୨୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏଥିରେ ସମସ୍ତ ବାଳକ ଓ ବାଳିକାଙ୍କୁ କୋଭାକ୍ସିନ ଟୀକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ନବରଙ୍ଗପୁରରୁ ଦିବାକର ପାଇକ

            

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା