ସ୍ପାର୍କ ରାଇଜର୍ କରାଟେ ଏକାଡେମୀ ପକ୍ଷରୁ ବେଲ୍ଟ ଗ୍ରେଡିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ

ସ୍ପାର୍କ ରାଇଜର୍ କରାଟେ ଏକାଡେମୀ, ଟାଙ୍ଗୀ ପକ୍ଷରୁ ବେଲ୍ଟ ଗ୍ରେଡିଙ୍ଗ ପ୍ରତିଯୋଗିତା ଟାଙ୍ଗୀ ସଦରମହକୁମାସ୍ଥିତ ସାଈ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ପାର୍କ ରାଇଜର୍ କରାଟେ ଏକାଡେମୀ ଟାଙ୍ଗୀର ପ୍ରଶିକ୍ଷକ ଦୁର୍ଯ୍ୟୋଧନ ମାନସିଂହଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପଦକ ପ୍ରତିଯୋଗିତାରେ ନିରୀକ୍ଷକ ଭାବେ ସେନସାଇ କ୍ୟୈସି ସୁଧୀର ବିଶ୍ୱାସ, ସେନସାଇ ସୌମ୍ୟ ରଞ୍ଜନ ନାୟକ, ସେନସାଇ ସୁକାନ୍ତ ଘଡାଇ, ସେନସାଇ ଦୁର୍ଯ୍ୟୋଧନ ମାନସିଂହ, ସେନସାଇ ବିଜୁ ବିଶ୍ୱାସ, ପୀତବାସ ମାନସିଂହ, ବିକାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ଭାବେ ଟାଙ୍ଗୀର ସମାଜସେବୀ ଅଶୋକ କୁମାର ମହାପାତ୍ର, ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା, ବସନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପଦକ ପ୍ରଦାନ କରିଥିଲେ । ଅପରପକ୍ଷେ କାର୍ଯ୍ୟକ୍ରମକୁ ଲାଲ୍ ମୋହନ ରାଉଳ, ସାମ୍ବାଦିକ ଆଲୋକ ମହାରଣା, ପ୍ରଶାନ୍ତ ବେହେରା ସଂଯୋଜନା କରିଥିଲେ ।
ଟାଙ୍ଗିରୁ ସନ୍ତୋଷ ଚୌଧୁରୀ