ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ସ୍ଥଗିତାଦେଶ !

ବଦଳିପାରେ ଜାନୁଆରୀ ୩ ରୁ ସ୍କୁଲ ଖୋଲିବା ନିଷ୍ପତ୍ତି । ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବାକୁ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିବାବେଳେ ଏ ନେଇ ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତି ବଦଳିପାରେ ବୋଲି ସୂଚନା ଦେଇଛନ୍ତି ଡିଏମ୍ଇଟି ଡାକ୍ତର ରମାରମଣ ମହାନ୍ତି ।
ସେ କହିଛନ୍ତି ଯେ, ପୂର୍ବ ସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । ସେତେବେଳେ ଦୈନିକ ସଂକ୍ରମଣ ସଂଖ୍ୟା ଶହେରୁ ଦେଢ଼ଶହ ଭିତରେ ସୀମିତ ରହୁଥିବା ସହ ରାଜ୍ୟରେ ଓମିକ୍ରନ ଭୟ ମଧ୍ୟ ନଥିଲା । କିନ୍ତୁ ଏବେ ସ୍ଥିତି ବଦଳି ଯାଇଛି । ଦେଶର ୨୧ଟି ଜିଲ୍ଲାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦିନକୁ ଦିନ ଏହି ସଂଖ୍ୟା ବଢୁଛି । ଆମ ରାଜ୍ୟରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ରାଜ୍ୟ ସରକାର ପ୍ରାଥମିକ ସ୍କୁଲ୍ ଖୋଲିବାକୁ ନେଇଥିବା ନିଷ୍ପତ୍ତି ବଦଳାଇପାରନ୍ତି । ସରକାର ଏ ନେଇ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ଡିଏମ୍ଇଟି କହିଛନ୍ତି ।
ସୂଚନା ଅନୁସାରେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁଣି ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।