ଜାନୁଆରୀରେ ରିଲିଜ୍ ହେବ ଓଡିଆ ଚଳଚ୍ଚିତ୍ର “ଆଖି ବୁଜିଦେଲେ ତୁ”

ଦୀର୍ଘ ଦିନର ବ୍ୟବଧାନ ପରେ ଏକ ବର୍ଣ୍ଣାଢ୍ୟ ପରିବେଷରେ ଓଡିଆ ଚଳଚ୍ଚିତ୍ର “ଆଖି ବୁଜିଦେଲେ ତୁ”ର ଅଡିଓ ରିଲିଜ୍ ଉତ୍ସବ ଭୁବନେଶ୍ୱରସ୍ଥିତ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଏହାର ସଂଗୀତକୁ ଲୋକାର୍ପଣ କରିଥିଲେ । ଚଳଚ୍ଚିତ୍ରରେ ଅଭିଜିତ ମଜମୁଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ ଗୀତିକାର ନିର୍ମଳ ନାୟକ ରହିଛନ୍ତି । ଏଥିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଶଶାଙ୍କ ଶେଖର, ତିଳକ ଚକ୍ରବର୍ତ୍ତୀ ଏବଂ ଅଞ୍ଜଳି ମିଶ୍ର । ଚଳଚ୍ଚିତ୍ରର କାହାଣୀ ରଚନା ନିରଞ୍ଜନ କର ଲେଖିଥିବାବେଳେ ଏଥିରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୁରଲୀଧର । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ପୁପିନ୍ଦର ଥିବାବେଲେ ତାଙ୍କ ସହ ଦର୍ଶକ ସ୍ୱର୍ଗତଃ ରବି ମିଶ୍ର, ଦୀପିକା, ଜ୍ୟୋତିର୍ମୟୀ, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ସମରେଶ ରାଉତରାୟ, ଜୀବନ ପଣ୍ଡା, ଗୁଡୁ, ସୁମନ, ନଳିନୀ ଏବଂ ନିରଞ୍ଜନଙ୍କ ଅଭିନୟରେ ମତୁଆଲା ହେବେ ବୋଲି ଆଶା ବାନ୍ଧିଛନ୍ତି ପ୍ରଯୋଜକ ସଂସ୍ଥା ।
ଭୁବନେଶ୍ବରରୁ ଅଭିଜିତ ସିଂ