ସରସ୍ଵତୀ କଳା ପରିଷଦର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ

କଟକ ସଦରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ତିନି ଦିନିଆ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ, ଡ୍ରଇଂ ପ୍ରତିଯୋଗିତା, କବିତା ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା ପ୍ରଭୃତି ଆୟୋଜନ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବହୁ ସମାଜସେବୀ, ସାମ୍ବାଦିକ ଓ କଳାକାରଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସାଂସ୍କୃତିକ ପର୍ବ କବୟିତ୍ରୀ ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମରେ ଅଶୋକ ପଟ୍ଟନାୟକ, ସାହିତ୍ୟିକ ଶୁକଦେବ ପରିଡା, ଇଂ ଶ୍ରୀ ସନ୍ନ୍ୟାସୀ, ସମାଜସେବୀ ଅଜୟ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଇଂ ବସନ୍ତ ରାଉତ, ଗୁରୁ ହରିହର ଦେଓ, ନିର୍ଦ୍ଦେଶକ ବିଭୂତି ଭୂଷଣ ଭାରତ, ଅଭିନେତା ମୁନା ମୋଦି, ପ୍ରଯୋଜକ ମିଟୁ ମିଥୁନ, ନିର୍ଦ୍ଦେଶକ ସତ୍ୟବ୍ରତ ତ୍ରିପାଠୀ, ବିଶିଷ୍ଟ ଗୀତିକାର ବସନ୍ତ କୁମାର ପାତ୍ର, ସମାଜସେବିକା ପାପୁ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ କାର୍ଯ୍ୟକର୍ତ୍ତା ଚକ୍ରବର୍ତ୍ତୀ ଓତ୍ତା, ଦୈତାରୀ ପ୍ରଧାନ, ପ୍ରଲବ୍ୟ ମହାପାତ୍ର, ପବିତ୍ର ମୋହନ ଓଝା ପ୍ରମୁଖ ସହଯୋଗ କରିଥିଲେ ।
କଟକରୁ ବିଭୁ ପ୍ରସାଦ ସ୍ୱାଇଁ