ନିଃଶବ୍ଦ ଶୀତୁଆ ରାତିର ସାଥୀ !

ଅସହ୍ୟ ଶୀତରେ ସାଧାରଣ ଲୋକଟିଏ ଯେତେବେଳେ ଘରେ କମ୍ବଳ କିମ୍ବା ରେଜେଇ ଘୋଡେଇ ହୋଇ ଶାନ୍ତିରେ ଶୋଇଥାଏ, ସେତେବେଳେ ଆମେ ଭୁଲିଯାଇଥାଉ ବାହାରେ ଶୋଇଥିବା ଲୋକଙ୍କ ବିଷୟରେ । ସତରେ ଭଗବାନଙ୍କ ସୃଷ୍ଟି କେତେ ବିଚିତ୍ର । ଗୋଟେ ପଟେ ଜଣଙ୍କୁ ସମସ୍ତ ବୌଭବ୍ୟ ମିଳୁଥିବାବେଳେ ଅନ୍ୟପଟେ ଏଭଳି ଅସହ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ । ପେଟ ଚାଖଣ୍ଡକ ପାଇଁ ଦିନରାତି ଅହରହ ପରିଶ୍ରମ କରୁଥିବା ଲୋକଙ୍କ ନିକଟରେ ଯେତେବେଳେ ଖାଦ୍ୟ ଯୋଗାଡ କରିବା ଏକପ୍ରକାର ଅସମ୍ଭବ ହୋଇପଡେ, ସେହି ସମୟରେ ଶୀତ ଦାଉରୁ ରକ୍ଷା ପାଇବା ଲାଗି ସେମାନେ ନିସ୍ବଃ ହୋଇପଡନ୍ତି । ଏବଂ ଭାଗ୍ୟକୁ ଆଦରି ଦୁଃଖ କଷ୍ଟରେ ଶୀତ କାକରରେ ଏଭଳି ଅବସ୍ଥାରେ ପଡି ରହିଥାଆନ୍ତି ।
ସାହାଯ୍ୟର ହାତ ସାହାଯ୍ୟର ହାତ
ଅନ୍ୟପଟେ ରାସ୍ତା କଡରେ ଏଭଳି ଅସହ୍ୟ ଅବସ୍ଥାରେ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଆଗେଇ ଆସିଛନ୍ତି ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ଏବଂ ୟୁନିଅନ କ୍ଲବର ସଦସ୍ୟ । ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେ ଏବେ ବି ରୈପ୍ୟ ନଗରୀରେ ଲୋକମାନେ ରାସ୍ତା କଡରେ ଅସହ୍ୟ ଅବସ୍ଥାରେ ରହୁଛନ୍ତି । ଏ ନେଇ ସଂଗଠନର ସଦସ୍ୟମାନେ କଟକ ସ୍ଥିତ କଲେଜ ଛକ, ଚୌଧୁରୀ ବଜାର, ରେଲେୱେ ଷ୍ଟେସନ, ଲିଙ୍କ ରୋଡ, ଦୋଳମୁଣ୍ଡାଇ, ବକ୍ସି ବଜାର, ଓଏମ୍ ପି ଛକମାନଙ୍କରେ ଥିବା ଅସହ୍ୟ ଏବଂ ନିରାଶ୍ରୟଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ଲାଗି କମ୍ବଳ, ଟୋପି, ଗ୍ଲୋଭସ୍, ଜ୍ୟାକେଟ, ମଫଲର ଆଦି ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସାମିଲ ହୋଇଥିଲେ । ତେବେ ଏଭଳି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି କ୍ଲବର ସଭାପତି ପ୍ରକାଶ କରିଛନ୍ତି ।