ମନୋରଞ୍ଜନ

ଦର୍ଶକଙ୍କୁ ୩ ଟି ଚଳଚ୍ଚିତ୍ର ଭେଟି ଦେବ ବ୍ଲିସ ଏଣ୍ଟରଟେନମେଣ୍ଟର

ଓଲିଉଡ଼ ଜଗତରେ ଏବେ ଏଣ୍ଟ୍ରି ମାରିଲା ବ୍ଲିସ ଏଣ୍ଟରଟେନମେଣ୍ଟ । ମନୋରଞ୍ଜନ ଦୁନିଆରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ l ଏହି ସଂସ୍ଥା ପକ୍ଷରୁ ଭୁବନେଶ୍ୱରର ସତ୍ୟବିହାରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ପ୍ରଯୋଜକ ସୁବାଷ ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି l

ଉକ୍ତ ପ୍ରଯୋଜନା ସଂସ୍ଥା ପକ୍ଷରୁ ୩ ଟି ଚଳଚ୍ଚିତ୍ରର ନାମ ଘୋଷଣା କରାଯାଇଛି l ସୀମାନ୍ତ ଦାସଙ୍କ ରଚିତ କାହାଣୀ ‘ତୋ ଖୁସିରେ ମୋ ଖୁସି’ରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସୁନାମଧନ୍ୟ ନିର୍ଦ୍ଦେଶକ ଚନ୍ଦନ ମହାପାତ୍ର । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ l ସେହିପରି ଚଳଚ୍ଚିତ୍ର ‘ମୁଁ ତ ନଥିଲେ କିଛି ହେବନି ଆଉ’ରେ କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ବେହେରା । ଅପରପକ୍ଷେ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ଅଜୁମଦାର l ଅନ୍ୟ ଚଳଚ୍ଚିତ୍ର ‘ମିସକଲ’ରେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଅଛନ୍ତି ଡ. ରଜନୀ ରଞ୍ଜନ l ଏଥିରେ ସଙ୍ଗୀତ ନିର୍ଦ୍ଦେଶନାରେ ବୈଦ୍ୟନାଥ ଦାସ ରହିଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସୁଧାକର ବସନ୍ତ l

ପ୍ରଥମ ପର୍ଯ୍ୟାୟରେ ‘ମୁଁ ତ ନଥିଲେ କିଛି ହେବନି ଆଉ’ ଚଳଚ୍ଚିତ୍ରର ଶୁଭ ମହୁରତ ହୋଇଯାଇଥିବାବେଳେ ଜାନୁଆରୀ ମାସରୁ ଏହାର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି l ଏହି ଚଳଚିତ୍ରରେ ସମ୍ବିତ, ରିୟା, ରାଇମୋହନ, ପ୍ରଜ୍ଞା, ପିଣ୍ଟୁ ନନ୍ଦ, ପ୍ରୀତିରାଜ, ସୁନିତା ପ୍ରମୁଖ ଅଭିନୟ କରୁଥିବା ଜଣାପଡିଛି l

ଭୁବନେଶ୍ବରରୁ ଅଭିଜିତ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଅକ୍ଷୟ କୁମାରଙ୍କ ‘ରାଉଡି ରାଠୋର ୨’ ପାଇଁ ଅପେକ୍ଷା ?

  • December 23, 2021
ଅକ୍ଷୟ କୁମାରଙ୍କ ଅଭିନୀତ ‘ରାଉଡି ରାଠୋର’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ହଂଗାମା ସୃଷ୍ଟି କରିଥିଲା ​​| ମିଶ୍ରିତ ସମୀକ୍ଷା ପାଇବା ସହ, ଆକ୍ସନ୍ କମେଡି