ଦେଶ ବିଦେଶ

ପତ୍ନୀ ରୋଜଗାରକ୍ଷମ ହେଲେ ମଧ୍ୟ, ପତି ଭରଣପୋଷଣ ଦେବାକୁ ବାଧ୍ୟ

ପତ୍ନୀ ରୋଜଗାରକ୍ଷମ ଥିଲେ ମଧ୍ୟ ଏଣିକି ପତି ଭରଣପୋଷମ ଦେବାକୁ ମନା କରି ପାରିବେ ନାହିଁ । ମହିଳାଙ୍କୁ ନେଇ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କାରଣ ଅଧିକାଂଶ ମାମଲାରେ ପତ୍ନୀ ନିଜ ପରିବାର ପାଇଁ ଚାକିରୀ ଛାଡି ଦେଇଥାନ୍ତି ।

ସୂଚନା ଅନୁସାରେ, ତଳକୋର୍ଟରେ ଜଣେ ସୈନ୍ୟ ଅଧିକାରୀଙ୍କୁ ମାସିକ ୩୩୦୦୦ ଟଙ୍କା ଭରଣପୋଷଣ ବାବଦକୁ ପତ୍ନୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ଅଧିକାରୀ ଜଣଙ୍କ ହାଇକୋର୍ଟରେ ଆବେଦନ କରିଥିଲେ । ଯେହେତୁ ପତ୍ନୀ ରୋଜଗାରକ୍ଷମ ତେଣୁ ସେ ଟଙ୍କା ଦେବେ ନାହିଁ ବୋଲି ଆବେଦନରେ ଦର୍ଶାଇଥିଲେ । ତେବେ ହାଇକୋର୍ଟ ଉକ୍ତ ଆବେଦନକୁ ଖାରଜ କରି କହିଥିଲେ ଯେ, ପତ୍ନୀ ରୋଜଗାରକ୍ଷମ ହେଲେ ମଧ୍ୟ ପତି ଭରଣପୋଷଣ ପାଇଁ ଟଙ୍କା ଦେବାକୁ ବାଧ୍ୟ । କାରଣ ପତ୍ନୀ ଅନେକ ସମୟରେ ପରିବାର ପାଇଁ ଚାକିରୀ ଛାଡିବାକୁ ବାଧ୍ୟ ହୋଇଥାଏ । ଏହାସହ କୋର୍ଟ ମାମଲାକୁ ଟ୍ରିବ୍ୟୁନାଲକୁ ପଠାଇବା ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି । ଯବାନ କେବଳ ସେନା ଅଧିନରେ ନୁହେଁ ଭାରତୀୟ ସମ୍ବିଧାନ ପରିସରରେ ମଧ୍ୟ ଆସିଥାନ୍ତି ବୋଲି କୋର୍ଟ କହିଛନ୍ତି ।

ଅପରପକ୍ଷେ ହାଇକୋର୍ଟ ଶୁଣାଣି ବେଳେ ଭରଣପୋଷଣ ଖର୍ଚ୍ଚକୁ କମ୍ କରି ଏହାକୁ ୧୪,୬୧୫ ଟଙ୍କା କରିଥିଲେ । ଏହି ନିର୍ଦ୍ଦେଶ ଏପ୍ରିଲ ୧, ୨୦୧୭ରୁ ଲାଗୁ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ୨୦୧୫ରୁ ସନ୍ତାନମାନେ ପତିଙ୍କ ସହ ରହୁଛନ୍ତି, ପତ୍ନୀଙ୍କୁ ମଧ୍ୟ ସନ୍ତାନ ଉପରେ ହକ୍ ମିଳିବା ଦରକାର ବୋଲି କୋର୍ଟ ଆଦେଶ ଦେଇଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।