୧୭୨ କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଦମନସିଂ ଗ୍ରାମରେ ୧୭୨ କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ । ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ବାଲିଆପାଳ ବ୍ଲକରେ ୨୧ ଟି ପଞ୍ଚାୟତର ୧୪୪ ଟି ଗ୍ରାମର ଗ୍ରାମବାସୀ ଉପକୃତ ହେବେ । ଉକ୍ତ ମେଗା ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନରେ RWSSର ଏସଡିଓ ଶେଷନାଗ ପ୍ରଧାନ, ଜେଇ ସଞ୍ଜୟ କୁମାର ନାୟକ ଓ ପଙ୍କଜ କୁମାର ତ୍ରିପାଠୀ ଉପସ୍ଥିତ ଥିବାବେଳେ ୨୧ ନମ୍ୱର ଜୋନର ଜିଲ୍ଲାପରିଷଦ ସଦସ୍ୟ ରବୀନ୍ଦ୍ର ନାଥ ଅଣ୍ଡିଆ, ବିଜେଡ଼ିର ବରିଷ୍ଠ ନେତା ବଳରାମ ସାହୁ, ୨୩ ନମ୍ୱର ଜୋନର ଜିଲ୍ଲା ପରିଷଦ ସଦସ୍ୟା କସ୍ତୁରୀବାଳା ପାତ୍ର, ପୂର୍ବତନ ବିଜେଡ଼ି ବ୍ଲକ ସଭାପତି ଚକ୍ରଧର ଗିରି, ବିଜେଡ଼ି ଯୁବ ନେତା ହେମନ୍ତ ଦାସ, ବାଲିଆପାଳ ହରିଜନ ସେଲ୍ ସଭାପତି ମହେଶ୍ୱର ଜେନା, ବ୍ଲକ ଯୁବ ସଭାପତି ସଞ୍ଜୟ ପ୍ରଧାନ, ୨୪ ନମ୍ୱର ଜୋନ ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରତିନିଧି ବିମଳ ସାହୁ, ନିଶାକର ସେଠୀ, ଅଜୟ ପାତ୍ରଙ୍କ ସହିତ କୁଦମନସିଂ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।
ଏହି ଅବସରରେ ବିଧାୟକ ବାଲିଆପାଳ ବ୍ଲକର ଅସ୍ତି ପଂଚାୟତସ୍ଥିତ ରାଜୀବ ସେବା ଗୃହ, ମିଶନ ଶକ୍ତି ଗୃହ, ଯୁବ ବିକାଶ ଗୃହ ଏବଂ କୁମ୍ଭରି ପଂଚାୟତରେ ଯୁବ ବିକାଶ ଗୃହକୁ ଉଦ୍ଘାଟନ କରିଥିଲେ । ଏଥିରେ ଅସ୍ତି ପଂଚାୟତର ସରପଞ୍ଚ ଶାନ୍ତନୁ ଭଦ୍ର, ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ଶରତ ପ୍ରଧାନ, ବିଜେଡ଼ି ଯୁବ ନେତା ଭୁବନ ଜେନାଙ୍କ ସହିତ ପଂଚାୟତ ବାସୀ ଉପସ୍ଥିତ ଥିଲେ ।
ବାଲିଆପାଳରୁ ଚନ୍ଦନ ଜେନା