ଭଦୋଦରାରେ ବିସ୍ଫୋରଣ ୨ ମୃତ, ୧୦ ଆହାତ

ଗୁଜୁରାଟର ଭଦୋଦରା ସହରସ୍ଥିତ ମକରପୁରା ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ବଏଲର ବିସ୍ଫୋରଣ । ଏଥିରେ ପାଖାପାଖି ୧୦ ଜଣ ଆହତ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକାଳ ପ୍ରାୟ ୧୦ ଟାରେ ଏହି ବିସ୍ଫୋରଣ ଘଟିଥିଲା । ଏହାର ତୀବ୍ରତା ଏତେ ଥିଲା ଯେ, ଘଟଣାର ୩ କିଲୋମିଟର ଦୂରରେ ପର୍ୟ୍ୟନ୍ତ ଏହାର ପ୍ରଭାବରେ ଗ୍ଲାସ୍ ଝରକା ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ତେବେ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷେ ବଏଲରରେ ବିସ୍ଫୋରଣ କିଭଳି ହେଲା ସେ ନେଇ ମଧ୍ୟ ତଦନ୍ତ ଚାଲିଥିବା ଜଣାପଡିଛି ।