ଓଡିଶା

ନିର୍ବାଚନ ପୂର୍ବରୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରୁଛନ୍ତି ବିଧାୟକ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅଳସୁଧା, ପିତେଇପୁର, ମୁଦୁପୁର ପଂଚାୟତ ସମେତ ବିଭିନ୍ନ ପଂଚାୟତରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦଘାଟନ କଲେ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି । ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ ପରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟରେ ଏହି କାର୍ଡ ହିତାଧିକାରୀଙ୍କୁ ମେଳା ମାଧ୍ୟମରେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଉଛି । ଆଜି ଅଳସୁଧା, ପିତେଇପୁର, ମୁଦୁପୁର, ସାଂପୁର, ତରଡାପଡା ପଂଚାୟତରେ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି ।

କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହ ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ଭୋଇ, ପର୍ଯ୍ୟବେକ୍ଷକ କାଳନ୍ଦୀ ପତି, ଅଭୟ ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ବାବୁଲି ସାହୁ, ସ୍ଥାନୀୟ ମୁଦୁପୁର ସରପଞ୍ଚ ସୁବାଷ ମହାନ୍ତି, ପିତେଇପୁର ସରପଞ୍ଚ ଅନସର ଅଲ୍ଲୀ, ଅଳସୁଧା ପଞ୍ଚାୟତ ସରପଞ୍ଚ ଇତିଶ୍ରୀ ଭୋଇ, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସହ ବହୁ ସ୍ଥାନୀୟ ନେତୃମଣ୍ଡଳୀ, ଜନସାଧାରଣ ଓ ଶତାଧିକ ମହିଳାଙ୍କ ଉପସ୍ଥିତରେ ଏହି ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରାଯାଇଛି । ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ଆହୁରି ଅନେକ ଲୋକାଭିମୁଖୀ କାର୍ଯ୍ୟ କରାଯିବ ବୋଲି ବିଧାୟକ କହିଛନ୍ତି । ତେବେ ଏହି ଅବସରରେ ଅଳସୁଧା ପଞ୍ଚାୟତରେ ଜିଲା ଆଇଟି ସଂଯୋଜକ ରତିରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ବିଶାଳ ବାଇକ ଶୋଭାଯାତ୍ରାରେ ବିଧାୟକଙ୍କୁ ପାଛୋଟି ନେଇଥିଲେ ।

ଜଗତସିଂହପୁରରୁ ଶ୍ରୀରାଜ ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା