ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ଶକ୍ତି ପ୍ରଦର୍ଶନ, ଶଙ୍ଖ ଛାଡି ହାତ ଧରିଲେ ବହୁ ନେତା

ଆଗାମୀ ୨୦୨୨ ନିର୍ବାଚନ ପାଇଁ ଏହା ହେଉଛି ଟ୍ରେଲର । ଆଗକୁ ଫିଲ୍ମ ହେବ । ରାଜନଗରରେ କଂଗ୍ରେସ ନିଜର ସ୍ଥିତି ଜାହିର କରିବ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ୩୦ନଂ ଜୋନ ସ୍ତରୀୟ ମିଶ୍ରଣ ପର୍ବରେ କଂଗ୍ରେସ ନେତା ସହଦେବ ସାହୁ ଏଭଳି କିଛି ଉକ୍ତି କହିଛନ୍ତି । ୩୦ନଂ ଜୋନରେ ରୋଡ ସୋ’ ମାଧ୍ୟମରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିଛି । ଦାଣ୍ଡିସ୍ଥିତ ହନୁମାନ ମନ୍ଦିରରୁ ଏକ ବିଶାଳ ବାଇକ୍ ରାଲି ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଂଶୁମାନ ମହାନ୍ତିଙ୍କୁ କେରେଡାଗଡ ଦେଇ ତ୍ରୀନାଥ ବଜାରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲା । ମିଶ୍ରଣ ପର୍ବରେ ସହଦେବ ସାହୁ ଏବଂ ବିଜେଡିର ପଞ୍ଚାୟତ ସ୍ତରୀୟ ବହୁ ନେତା ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ପକ୍ଷରୁ ୩୦ନଂ ଜୋନର ଜିଲ୍ଲା ପରିଷଦ ପାର୍ଥୀ ଭାବରେ ସହଦେବ ସାହୁଙ୍କ ନାମ ଘୋଷଣା କରାଯାଇଛି । ସହଦେବଙ୍କ ନେତୃତ୍ବରେ କଂଗ୍ରେସ ଏବେ ପୁନଃ ନିଜର ଶକ୍ତି ପ୍ରଦର୍ଶନ କରିଛି ।
କେନ୍ଦ୍ରାପଡାରୁ ସସ୍ମିତା ଭୋଳ