ଓଡିଶା

ମନରେଗାରେ କାମ କରି ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି ଶ୍ରମିକ… କାହା ଉପରେ କରିବେ ଭରଷା

ଭାରତ ସରକାର ଦିନ ମଜୁରିଆଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ସହିତ ରାଜ୍ୟରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ କରିବା ନିମନ୍ତେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୁଶଳୀ ଓ ଅଣ କୁଶଳୀ ଶ୍ରମିକଙ୍କୁ ବର୍ଷରେ ଶହେ ଦିନର କାମ ଯୋଗାଇ ଦେଉଛନ୍ତି । ଏହାଦ୍ବାରା ଶ୍ରମିକମାନେ ଦୁଇ ପଇସା ରୋଜଗାର କରିବା ସହ ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବେ ବୋଲି ସରକାରଙ୍କ ଉଦ୍ଦେଷ୍ୟ ଅନ୍ତର୍ନିହିତ । ଏଥି ଲାଗି ସରକାର ଗରିବ ଦିନମଜୁରିଆଙ୍କ ପାଇଁ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି । ହେଲେ ଦୁର୍ଗମ ଅଞ୍ଚଳରେ ଏହି ଯୋଜନା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି l ଶ୍ରମିକମାନଙ୍କୁ କାମ କରିବାର ସପ୍ତାହ ମଧ୍ୟରେ ମନରେଗା ଅର୍ଥ ମିଳିବlର ସରକାରୀ ବ୍ୟବସ୍ଥା ରହିଥିବା ବେଳେ ସେମାନଙ୍କ କାମ ସରିବାର ବର୍ଷ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ ସେମାନେ ସମସ୍ତ ଅର୍ଥ ପାଇନଥିବା ଅଭିଯୋଗ କରିଛନ୍ତି ।

ଏଭଳି ବ୍ୟବସ୍ଥା ଦେଖିବାକୁ ମିଳିଛି କୋରlପୁଟ ଜିଲ୍ଲା ଜୟପୁର ବନଖଣ୍ଡ କୋଟପlଡ଼ ରେଞ୍ଜର ମୁଣ୍ଡାଗୁଡା ବନ ସୁରକ୍ଷା ସମିତିରେ l କୋଟପlଡ଼ ରେଞ୍ଜରେ ଥିବା ବନବିଭାଗ ପକ୍ଷରୁ ଶ୍ରମିକଙ୍କୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ କାମ ଯୋଗାଇ ଦିଆଯିବାର ଆଜକୁ ବର୍ଷେ ବିତି ଯାଇଥିଲେ ସୁଦ୍ଧା ଶ୍ରମିକ ମାନେ ନିଜର ପ୍ରାପ୍ୟ ପାଇନଥିବା ଅଭିଯୋଗ କରିଛନ୍ତି । ଏ ନେଇ ଶ୍ରମିକ ପ୍ରାପ୍ୟ ପାଇବା ଲାଗି ଗୋଟେପଟେ ରେଞ୍ଜରଙ୍କୁ ପଚାରିବାରୁ ରେଞ୍ଜର କହିଛନ୍ତି ଫରେଷ୍ଟରଙ୍କୁ କୁହନ୍ତୁ । ଅପରପକ୍ଷେ ଫରେଷ୍ଟରଙ୍କୁ ପଚାରିବାରୁ ସେ କହିଛନ୍ତି ରେଞ୍ଜର ବୁଝିବେ । ତେବେ ଏଠି ପ୍ରଶ୍ନ ଶ୍ରମିକଙ୍କ କଥା ବୁଝିବ କିଏ । ଖବରରୁ ପ୍ରକାଶ ଯେ ଗତ ୨୦୧୯/୨୦ ରେ ହୋଇଥିବା କାମର ପ୍ରଥମ କିସ୍ତିରେ ଶ୍ରମିକମାନେ ଅର୍ଥ ପାଇଥିବା ବେଳେ ତାପରେ କୌଣସି ମଜୁରି ପାଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଏବେ ସାଧାରଣରେ ପ୍ରଶ୍ନ ଉଠୁଛି କାହା ଭରସାରେ ଶ୍ରମିକମାନେ ମନରେଗା ଯୋଜନାରେ କାମ କରିବେ ?

ଏଣୁ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ତୁରନ୍ତ ଶ୍ରମିକମାନଙ୍କ ଟଙ୍କl ଯୋଗାଇ ଦେବାକୁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ପକ୍ଷରୁ ଏ ନେଇ କି ପଦକ୍ଷେପ ଗ୍ରହଣ ହେଉଛି ।

କୋଟପlଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା