ବିଭିନ୍ନ ପଂଚାୟତରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦଘାଟନ କଲେ ବିଧାୟକ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ସିଂହାରପୁର, ଅଁଳା, ପଳାଷୋଳ, ଅୟର ସମେତ ବିଭିନ୍ନ ପଂଚାୟତରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦଘାଟନ କରିଛନ୍ତି ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି । ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କରିବା ପରେ ବିଭିନ୍ନ ପଞ୍ଚାୟରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଉଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହ ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ଭୋଇ, ପର୍ଯ୍ୟବେକ୍ଷକ କାଳନ୍ଦୀ ପତି, ପ୍ରସନ୍ନ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ନିର୍ବାହୀ ଅଧିକାରୀଙ୍କ ସହ ବହୁ ସ୍ଥାନୀୟ ନେତୃମଣ୍ଡଳୀ, ଜନସାଧାରଣ ଓ ଶତାଧିକ ମହିଳା ଉପସ୍ଥିତ ରହି ଏହି ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି । ଏହା ସହିତ ବିଭିନ୍ନ ପଂଚାୟତରେ ଆମ ଗାଁ ଆମ ବିକାଶ ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ଅଙ୍ଗନବାଡି କେନ୍ଦ୍ର, ଗୋଷ୍ଠୀ କେନ୍ଦ୍ର, ମିଶନ ଶକ୍ତି ଗୃହ ଉଦଘାଟନ ମଧ୍ୟ କରାଯାଇଛି । ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ଆହୁରି ଅନେକ ଲୋକାଭିମୁଖୀ କାର୍ଯ୍ୟ କରାଯିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି ।
ଜଗତସିଂହପୁରରୁ ଶ୍ରୀରାଜ ସାହୁ