ଠିକାଦାର ସଂଘର ଚତୁର୍ଦ୍ଦଶ ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଝରନଇ ନିକଟ ବନଦୁର୍ଗା ମନ୍ଦିର ପରିସରରେ ବୁଧବାର ଦିନ ଶ୍ରୀ ଶ୍ରୀ ଅମରେଶ୍ଵର ଠିକାଦାର ସଂଘର ଚତୁର୍ଦ୍ଦଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଚରଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବେଗୁନିଆପଡା ବ୍ଲକର ସମସ୍ତ ଠିକାଦାର ଉପସ୍ଥିତ ଥିଲେ । ଆଗାମୀ ଦିନରେ ସଂଘକୁ କିଭଳି ମଜଭୁତ କରିବା ସହ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବା ନେଇ ପ୍ରସ୍ତୁତ ବୈଠକରେ ଅଲୋଚନା କରାଯାଇଥିଲା । ଏହା ସହ ପରସ୍ପର ମଧ୍ୟରେ ସହଯୋଗର ସହ କାର୍ଯ୍ୟ କରିବା, ଅସୁବିଧା ହେଲେ ଏକତା ଭାବେ କାର୍ଯ୍ୟ କରିବା ଏବଂ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ନେଇ କାର୍ଯ୍ୟ କରିବା ଆଦି ବିଷୟ ଉପରେ ଉପସ୍ଥିତ ଅତିଥି ଆଲୋକପାତ କରିଥିଲେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ