ଓଡିଶା

ଅଙ୍ଗାର ପାଲଟିଗଲା ୬୮ ଏକର ଧାନ, କ୍ଷତିପୂରଣ ଦାବି କଲେ ଚାଷୀ

ନିଆଁ ଲାଗି ଅଙ୍ଗାର ପାଲଟିଗଲା ୧୮ ଟି ପରିବlରର ୬୮ ଏକର ଧାନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିର ୩ ନଂ ୱାର୍ଡ ଚମ୍ପତି ସାହିକୁ ଲାଗି ରହିଥିବା କ୍ଷେତରୁ କଟା ଯାଇଥିବା ଧାନ ଫସଲ ରାସ୍ତା ପାର୍ଶ୍ଵରେ ଗଦା ହୋଇ ରହିଥିବା ବେଳେ ସେଥିରେ ନିଆଁ ଲାଗି ସବୁ ଜଳି ଯାଇଥିବା ଦେଖିବାକୁ ମିଳିଛି । ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ । ଅପରପକ୍ଷେ ଗ୍ରାମବାସୀ ନିଆଁ ଲାଗିଥିବା ଖବର ତୁରନ୍ତ ନିକଟସ୍ଥ ଦମକଳ ଅଫିସରେ ଜଣାଇଥିଲେ । ଦମକଳ ଅଫିସ ନିଆଁ ଲାଗିଥିବା ସ୍ଥାନରୁ ମାତ୍ର ୧ କିଲୋମିଟର ଦୂରରେ ଥିବାବେଳେ ଦୀର୍ଘ ସମୟ ଧରି ସେଠାରେ ଅଗ୍ନିଶମ ବାହିନୀ ନ ପହଞ୍ଚିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା ।  ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚି ନିଆଁ ଲିଭାଇବା ବେଳକୁ ଚାଷୀ ମାନଙ୍କର ଧାନ ଫସଲ ପୋଡି ପାଉଁଶ ହୋଇଯାଇଥିଲା । ଗାଁର ୧୮ ଜଣ ଚାଷୀଙ୍କ ୬୮ ଏକରରୁ ଉର୍ଦ୍ଧ୍ବ ଜମିର ଧାନ ଫସଲ ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତ ୨- ୩ ଦିନ ତଳେ ସାହିର ଚାଷୀମାନେ ମିଳି ମିଶି ନିଜ ନିଜର ଜମିରୁ ଧାନ କାଟି ବିଡା ଗୁଡିକୁ ରାସ୍ତା ପାର୍ଶ୍ଵରେ ପୃଥକ ପୃଥକ ଗଦା କରି ସାଇତି ରଖିଥିଲେ । ତେବେ ଦ୍ବିପ୍ରହର ସମୟରେ ହଠାତ ଧାନ ଗଦା ହୁ ହୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଦୀର୍ଘ ସମୟ ଧରି ଅଗ୍ନିଶମବାହିନୀର କର୍ମଚାରୀ ଘଟଣା ସ୍ଥଳରେ ନପହଞ୍ଚିବାରୁ ଚାଷୀମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଫଳରେ କ୍ଷତିପୂରଣ ଦାବିରେ ହିନ୍ଦୋଳ – ମଇଧରପୁର ରାସ୍ତାକୁ ଅବରୋଧ କରି ରଖିଥିଲେ ଚାଷୀ । ଖବର ପାଇ ହିନ୍ଦୋଳ ତହସିଲଦାର ସୁଶାନ୍ତ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ କ୍ଷୟକ୍ଷତିର ଆକଳନ କରିବା ପରେ ସରକାରୀ ସହାୟତା ଯୋଗେଇଦେବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନରତ ଚାଷୀ ରାସ୍ତା ଅବରୋଧରୁ ହଟିଥିଲେ ।

ହିନ୍ଦୋଳରୁ ସୁଜିତ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା