ଷଷ୍ଠ ମା’ ବିଂଝେଶ୍ୱରୀ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୂଆକୋଟ ଗ୍ରାମ ସ୍ଥିତ ମା ବିଂଝେଶ୍ୱରୀ ଖେଳ ପଡିଆରେ ଆୟୋଜିତ ୬ଷ୍ଠ ବିଂଝେଶ୍ୱରୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ବିଂଝେଶ୍ୱରୀ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବସଲା ଏକାଦଶକୁ ପରାସ୍ତ କରି ହିନ୍ଦୋଳ ଏମ୍ଆରସିସି ଚାମ୍ପିୟାନ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟlଟିଙ୍ଗ କରି ହିନ୍ଦୋଳ ନିର୍ଦ୍ଧାରିତ ୨୦ ଓଭର ମ୍ୟାଚରେ ସମସ୍ତ ଉଇକେଟ ହରାଇ ୧୬୩ ରନ୍ କରିଥିଲା । ଏହାର ଜବାବରେ ବସଲା ଏକାଦଶ ୧୬.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୧୦ ରନ୍ କରିବlକୁ ସମର୍ଥ ହୋଇଥିଲା । ବିଜେତା ଦଳର ଖେଳାଳି ଜଗନ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିବା ବେଳେ ବସଲା ଦଳର ଖେଳାଳି ସୁଜିତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଉଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମlହୁନ୍ତ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ରଣଜିତ ପ୍ରଧାନ ଯୋଗ ଦେଇ ଚାମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୧୬ ଟି ଦଳକୁ ନେଇ ଗତ୮ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଫାଇନାଲ ମ୍ୟାଚରେ ପାର୍ଥସାରଥୀ ବେହେରା ଓ ରଞ୍ଜନ ନାୟକ ଅମ୍ପିୟାର ହୋଇ ଖେଳକୁ ସଠିକ ରୂପେ ପରିଚାଳନା କରିଥିଲେ । ପ୍ରକାଶ ସେଠି ସ୍କୋରର ରହିଥିବା ବେଳେ ମଳୟବେହେରା, ଦେବlନନ୍ଦ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ଲବର କୁଶ ,ପିଙ୍କୁନ, ଶିବୁଲ, ପ୍ରଦ୍ୟୁମ୍ନ , ସୌମ୍ୟ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
ହିନ୍ଦୋଳରୁ ସୁଜିତ କୁମାର ବେହେରା