ପାକିସ୍ତାନର କରାଚି ସହରରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ

ପାକିସ୍ତାନର କରାଚି ସହରରେ ଭୟଙ୍କର ବିସ୍ଫୋରଣ । ପୁଣି ଅଶାନ୍ତ ହେଲା ପାକିସ୍ତାନର କରାଚୀ ସହର । ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ସୂଚନା । ଏହାସହ ବିସ୍ଫୋରଣରେ ଅନେକ ଲୋକ ଗୁରୁତର ହୋଇଥିବା ମଧ୍ୟ କୁହାଯାଇଛି । କରାଚିର ଶେରଶାହା ଅଞ୍ଚଳରେ ପରଚା ଛକ ଘରୋଇ ବ୍ୟାଙ୍କ ନିକଟରେ ଏହି ବିସ୍ଫୋରଣ ଘଟିଛି । ଏହି ନିଆଁରେ ପୋଡି ହୋଇ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସେପଟେ ବ୍ୟାଙ୍କକୁ ଖାଲି କରିବା ପାଇଁ ମଧ୍ୟ କୁହାଯାଇଛି । ତେବେ ବିସ୍ଫୋରଣ ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇନାହିଁ କି ଏନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ ।