ଦେଶ ବିଦେଶ

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

ମିସାଇଲ ଅଗ୍ନି ପ୍ରାଇମ୍‌ ପରୀକ୍ଷଣ କ୍ଷେତ୍ରରେ ଭାରତ ଆଉ ଏକ ପାଦ ଆଗେଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଓଡିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହାର ସଫଳ ପରୀକ୍ଷଣ ହୋଇଛି । ଅଗ୍ନି ପ୍ରାଇମ୍‌ ହେଉଛି ଅଗ୍ନି ସିରିଜର ଏକ ଆଧୁନିକ କ୍ଷେପଣାସ୍ତ୍ର । ଏହି କ୍ଷେପଣାସ୍ତ୍ର ୧୦୦୦ ରୁ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ପକ୍ଷଙ୍କୁ ଆକ୍ରମଣ କରିପାରିବ । ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରକୁ ଆଜି ଦ୍ୱିତୀୟ ଥର ପାଇଁ ସଫଳ ପରୀକ୍ଷଣ କରାଯାଇଛି । ଏହା ପୂର୍ବରୁ ଅର୍ଥାତ ଜୁନ୍‌ ୨୮ ତାରିଖରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଛି ।

ଏଏନ୍‌ଆଇର ରିପୋର୍ଟ ଅନୁସାରେ ପରମାଣୁ କ୍ଷମତା ସମ୍ପନ୍ନ ଏହି କ୍ଷେପଣାସ୍ତ୍ରରେ ବହୁ ନୂଆ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି । ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ ପରେ ଡିଆର୍‌ଡିଓକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ଅତୀତରେ ଓଡ଼ିଶାର ଚାନ୍ଦିପୁରରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା । ଏହା ପୂର୍ବରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଆଣ୍ଟି ସିପ୍‌ ସଫଳତାର ସହ ପରୀକ୍ଷଣ କରାଯାଇଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।