ଦେଶ ବିଦେଶ

ଗଙ୍ଗା ଏକ୍ସପ୍ରେସୱେ’ର ଶିଳାନ୍ୟାସ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଶାହାଜାହାନପୁରରେ ୫୯୪ କିମି ଲମ୍ବ ଗଙ୍ଗା ଏକ୍ସପ୍ରେସୱେ’ର ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ୬ ଥାକିଆ ରାସ୍ତା ପାଇଁ ୩୬ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି ଭିତ୍ତିପ୍ରସ୍ତର ଉତ୍ସବରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ସେ କହିଛନ୍ତି ଯେ, ଗଙ୍ଗା ଏକ୍ସପ୍ରେସୱେ ଚାଷୀ ଏବଂ ଯୁବକଙ୍କ ସମେତ ସମସ୍ତଙ୍କ ପାଇଁ ବହୁ ସୁଯୋଗ ଆଣିବ । ଏହି ଏକ୍ସପ୍ରେସୱେ ଉତ୍ତରପ୍ରଦେଶର ବିକାଶର ଦ୍ୱାର ଖୋଲିବା ସହିତ ହଜାର ହଜାର ଯୁବକଙ୍କ ପାଇଁ ଅନେକ ଚାକିରି ଏବଂ ଅନେକ ନୂତନ ସୁଯୋଗ ଆଣିବ ବୋଲି ମୋଦି କହିଛନ୍ତି ।

ସୂଚନାଯୋଗ୍ୟ, ଗଙ୍ଗା ଏକ୍ସପ୍ରେସୱେ ମେରଠର ବିଜୈଲୀ ଗ୍ରାମଠାରୁ ଆରମ୍ଭ ହୋଇ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗାଁ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଏହି ରାଜମାର୍ଗ ମେରଠ, ହାପୁଡ, ବୁଲନ୍ଦସହର ବ୍ୟତୀତ ଓମରୋହା ଦେଇ ଯିବ । ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇଗଲେ ୟୁପିର ପଶ୍ଚିମ ଓ ପୂର୍ବାଞ୍ଚଳ କ୍ଷେତ୍ରକୁ ଯୋଡିବ । ଗଙ୍ଗା ଏକ୍ସପ୍ରେସୱେ ଉକ୍ତ ଅଞ୍ଚଳକୁ ନୂଆ ଶିଳ୍ପ ଆଣିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏବି ଅବସରରେ ମୋଦି କହିଛନ୍ତି ଯେ, ବର୍ତ୍ତମାନ ସରକାରଙ୍କ ଧ୍ୟାନ ହେଉଛି “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ । ବିକାଶ ଏବଂ ଐତିହ୍ୟକୁ ନେଇ କିଛି ରାଜନୈତତିକ ଦଳର ସମସ୍ୟା ରହିଛି ବୋଲି ମୋଦି କହିଥିଲେ । କାରଣ ସେମାନଙ୍କ ଭୋଟ୍ ବ୍ୟାଙ୍କ ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ମୋଦି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶଂସା କରି ୟୁପିରେ ବିକାଶ ପାଇଁ ଯୋଗୀ ଉପଯୋଗୀ ବୋଲି କହିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।