ଓଡିଶା

ରାଜ୍ୟରେ ଉଦଘାଟିତ ହେବ ପ୍ରଥମ ମିଲକ୍ ବ୍ୟାଙ୍କ

ଆସନ୍ତା ଜାନୁଆରୀ ୨୬ରେ ଉଦଘାଟିତ ହେବ କ୍ୟାପିଟାଲ ହସ୍ପିଟାଲ ମିଲକ୍ ବ୍ୟାଙ୍କ । ଉଦଘାଟନ ପରେ ଏହା ରାଜ୍ୟର ପ୍ରଥମ ମିଲକ୍ ବ୍ୟାଙ୍କ ହେବ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଡାକ୍ତର ଓ କର୍ମଚାରୀ ତାଲିମ ନେଇ ସାରିଛନ୍ତି । ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଖୋଲିବ ଏହି ମିଲକ୍ ବ୍ୟାଙ୍କ । କ୍ୟାପିଟାଲ ହସ୍ପିଟାଲର ଶିଶୁ ୱାର୍ଡରେ ନିକଟରେ ଇନ୍‌ଫାଣ୍ଟ ଆଣ୍ଡ ୟଙ୍ଗ ଚାଇଲ୍‌ଡ ଫିଡିଂ ସେଣ୍ଟର୍‌ କାର୍ଯ୍ୟକ୍ଷମ ହୋଇଛି । ଏଥିରେ ଜନ୍ମରୁ ୬ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ସ୍ବତନ୍ତ୍ର ସ୍ତନ୍ୟପାନ ଉପରେ ଗୁରୁତ୍ବ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହି କେନ୍ଦ୍ରକୁ ମିଲକ୍ ବ୍ୟାଙ୍କରେ ପରିଣତ କରିବା ପାଇଁ ଯୋଜନା ହୋଇଥିଲା । ଗତ ୨ବର୍ଷରୁ ଅଧିକ ସମୟ ଧରି ଏଥିପାଇଁ ପ୍ରସ୍ତୁତି ଚାଲିଥିଲେ ମଧ୍ୟ କୋଭିଡ ପାଇଁ ଏହାର ଉଦଘାଟନ ବିଳମ୍ବିତ ହୋଇଥିଲା ।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନଏଫଏଚଏସରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ମା’ମାନେ ନିଜ ଶିଶୁକୁ ସ୍ତନ୍ୟପାନ ଅପେକ୍ଷା ଡବାକ୍ଷୀର ଦେବାକୁ ଅଧିକ ପସନ୍ଦ କରୁଛନ୍ତି । ଏପରିକି କର୍ମଜୀବୀ ମା’ମାନଙ୍କ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଫ‌ଳରେ ଏଥିଯୋଗୁଁ ଉଭୟ ଶିଶୁ ଓ ମା’ମାନଙ୍କ ପ୍ରତି ବିପଦ ରହୁଛି । ତେବେ ସେମାନଙ୍କୁ ସ୍ତନ୍ୟପାନ ପାଇଁ ଉତ୍ସାହିତ କରିବାରେ ଏହି ବ୍ୟାଙ୍କ ସହାୟକ ହେବ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା