ବଢିଲା ଇଞ୍ଜିନିୟରିଂ କଲେଜରେ ନାମ ଲେଖା ଅବଧି

ଇଞ୍ଜିନିୟରିଂ ପଢିବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏଣିକି ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ଶେଷ ତାରିଖ ଡିସେମ୍ବର ୩୧ ତାରିଖକୁ ବୃଦ୍ଧି ପାଇଛି । ରାଜ୍ୟ ସରକାର ଇଞ୍ଜିନିୟରିଂ ଆଡମିସନର ସମୟସୀମା ୧୫ ତାରିଖ ଯାଏ ଧାର୍ଯ୍ୟ କରିଥିଲେ । ଏହି ସମୟ ସୀମାକୁ ବଢ଼ାଇବା ପାଇଁ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିଅରିଂ କଲେଜ ଆସୋସିଏସନ୍ । ସୁପ୍ରିମକୋର୍ଟ ଏହାର ରାୟ ଶୁଣାଇ ସମୟସୀମାକୁ ବୃଦ୍ଧି କରିଛନ୍ତି ।
ଗତବର୍ଷ ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ରଖିଥିବା ବେଳେ ଚଲିତ ବର୍ଷ କାହିଁକି କମାଇଲେ, ସେ ନେଇ ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିଅରିଂ କଲେଜ ଆସୋସିଏସନ୍ ପକ୍ଷରୁ ଆବେଦନ କରାଯାଇଥିଲା ।