ଆମେ କେମିତି ପାଠ ପଢିବୁ ସେ ବ୍ୟବସ୍ଥା ବୁଝ ସରକାର !

ଆମ ଭବିଷ୍ୟତ ସହିତ ସରକାର କାହିଁକି ଖେଳୁଛନ୍ତି । ଆମକୁ ପାଠ ପାଢାଇବା ପାଇଁ ତୁରନ୍ତ ଶିକ୍ଷକ ନିଯୁକ୍ତ କରାନ୍ତୁ, ନ ହେଲେ ଆମ ହକ୍ ପାଇଁ ଆମେ ଏମିତି ଆନ୍ଦୋଳନ କରିବୁ । ଏ କଥା ହେଉଛି ସ୍କୁଲ ଆଗରେ ଧାରଣା ଦେଇଥିବା ଛୋଟ ଛୋଟ ପିଲାଙ୍କ କଥା । ହାଇସ୍କୁଲରେ ମାତ୍ର ଜଣେ ଶିକ୍ଷକ । ଆଗରୁ 3 ଜଣ ଥିଲେ, ହେଲେ ସେଥିରୁ ଦୁଇ ଜଣଙ୍କ ବଦଳି ହେବା ପରେ ଏବେ ମାତ୍ର ଜଣେ ଶିକ୍ଷକରେ ଚାଲୁଛି ସ୍କୁଲ । ପିଲାମାନେ କିଭଳି ପାଠ ପଢି ନିଜର ଭବିଷ୍ୟତକୁ ସୁଧାରିବେ ସେ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାର 5ଟି ମାଧ୍ୟମରେ ସ୍ବଚ୍ଛତା ଅବଲମ୍ବନ କରିବା ସହିତ ମୋ ସ୍କୁଲ ଜରିଆରେ ସମସ୍ତ ସରକାରୀ ସ୍କୁଲର ରୂପାନ୍ତରିକରଣ ପ୍ରକ୍ରିୟା ଜାରି କରିଛନ୍ତି । ହେଲେ କଟକ ଜିଲ୍ଲା ସାଲେପୁର ବ୍ଲକ ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ କାଳିକାପୁରରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରଛତ୍ରୀମାନେ ଅଭିଭାବକମାନଙ୍କ ସହ ଧାରଣାରତ ।
ସୂଚନା ଅନୁସାରେ ସ୍କୁଲରେ 12ଜଣ ଶିକ୍ଷକଙ୍କ ଜାଗାରେ ମାତ୍ର ଜଣେ ଶିକ୍ଷକ କିଭଳି 3ଟି ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏଣୁ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଓ ପୁନଃ ନିଯୁକ୍ତି ନହେଲେ ସେମାନେ ଏମିତି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ତେବେ ଦେଖିବାକୁ ବାକି ରହିଲା ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉପରିସ୍ଥ ଅଧିକାରୀ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।
ସାଲେପୁରରୁ ଅଭୟ ଜେନା