ଆଉ ନାହାନ୍ତି ନନ୍ଦ ସାର୍…

ଆଉ ନାହାନ୍ତି ସମସ୍ତଙ୍କ ପ୍ରିୟ ନନ୍ଦ ସାର୍ । ଭୁବନେଶ୍ୱରର ସ୍ଥିତ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ଥିଲେ ନନ୍ଦ ସାର । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍ଙ୍କ ପରଲୋକ ହେବା ନେଇ ସୂଚନା ଦେଇଛନ୍ତି ତାଙ୍କ ନାତି ଖଗେଶ୍ୱର ପୃଷ୍ଟି । ଆଜି ଦିନ ୧ଟା ୨୮ରେ ନନ୍ଦ ସାର୍ଙ୍କ ପରଲୋକ ହୋଇଥିବା ନେଇ ସମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ସୂଚନା ମିଳିଛି । କରୋନା ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଗାଁର ଛୋଟ ଛୋଟ ପିଲାଙ୍କୁ ଦଶନ୍ଧି ଦଶନ୍ଧି ଧରି ସେ ମାଗଣାରେ ପାଠ ପଢ଼ାଉଥିଲେ । ତାଙ୍କ ବ୍ୟକ୍ତିତ୍ୱ, ଦକ୍ଷତା ଓ ପାଠ ପଢ଼ାଇବା ପ୍ରତି ଭଲ ପାଇବା ତାଙ୍କୁ ଦେଶବ୍ୟାପୀ ପରିଚିତ କରିଥିଲା । ସମଗ୍ର ଦେଶରେ ନିଜର ପରିଚୟ ସୃଷ୍ଟି କରିଥିବା ନନ୍ଦ ସାରଙ୍କୁ ରାଷ୍ଟ୍ରପତି ଗତ ନଭେମ୍ବର ୯ ତାରିଖରେ ସମ୍ମାନଜନକ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।